ଜେଲରେ ଥିବା ଲାଲୁ ଯାଦବ ଅସୁସ୍ଥ , ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି,

0

ରାଞ୍ଚି: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ହୋଇ ରାଞ୍ଚିର ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲ୍‌ରେ ଅଛନ୍ତି ।  ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ରାଜେନ୍ଦ୍ର ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ମେଡିକାଲ ସାଇନସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।  ଶନିବାରରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା କଥା ଜଣା ପଡିଥିଲା । ଡିସେମ୍ବର ମାସରେ ତାଙ୍କର ଛାତିରେ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କୁ ଠିକ୍‌ ସମୟରେ ଔଷଧ ଦିଆଯାଉ ନ ଥିବାରୁ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା କଥା ପତ୍ନୀ ରାବ୍ରି ଦେବୀ ଅଭିଯୋଗ କରିଛନ୍ତି ।

ରାଞ୍ଚିରେ ଥିବା ସ୍ୱତନ୍ତ୍ର ସିବିଆଇ ଅଦାଲତ ୧୯ ତାରିଖରେ ଲାଲୁଙ୍କ  ବିରୋଧରେ ଚାଲିଥିବା ଚାରା ଦୁର୍ନୀତିର ଚତୁର୍ଥ ମାମଲାର ଚୂଡାନ୍ତ ରାୟ ପ୍ରଦାନ କରିପାରିନ୍ତି । ସ୍ୱତନ୍ତ୍ର ସିବିଆଇର ଅଦାଲତର  ବିଚାରପତି  ଶିବପାଲ ସିଂ ସମେତ ସମସ୍ତ ବିଚାରପତି   ଧୂର୍ବାରେ ଥିବା ଜୁଡିସିଆଲ୍‌ ଏକାଦମୀରେ  ଦିନିକିଆ ପ୍ରଶିକ୍ଷଣ ନେଉଥିବାରୁ ଏହାକୁ ୧୯ ତାରଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

 

Leave A Reply