ଲଖନବି ମଟନ ବିରିୟାନୀ

0

ଆବଶ୍ୟକ ସାମଗ୍ରୀ:
ଡ଼ାଲଚିନି- ୧ଟି
ଜୀରା- ୨ଚାମଚ
ଧନିଆ- ୨ଚାମଚ
ଗୁଜୁରାତି- ୩ଟି
ମଟନ- ୧/୨ କି.ଗ୍ରା
ଘିଅ- ୨ଚାମଚ
ରିଫାଇନ ତେଲ- ୨ଚାମଚ
କେସର- ୧ଛୋଟ ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ଜାଇଫଳ ପାଉଡ଼ର- ୨ଚାମଚ
ଲୁଣ- ୨ଚାମଚ
କ୍ଷୀର- ୧/୨କପ
ବାସୁମତି ଚାଉଳ- ୨କପ


ମସଲା ପାଇଁ ଆବଶ୍ୟକ ସାମଗ୍ରୀ:
ରସୁଣ ପେଷ୍ଟ- ୧ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ଗରମ ମସଲା- ୧ଚାମଚ
ଅଦା ପେଷ୍ଟ- ୧ଚାମଚ
ହଳଦୀ- ୧ଚାମଚ
କାଜୁ ପେଷ୍ଟ- ୨ଚାମଚ
ଦହି- ୪ଚାମଚ

ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ମସଲା ପ୍ରସ୍ତୁତ କରିବା ପାଇଁ ସମସ୍ତ ମସଲା ସାମଗ୍ରୀକୁ ଅଳ୍ପ ଗରମ କରି ତାକୁ ପେଶି ଦିଅନ୍ତୁ। ତାପରେ ଚାଉଳକୁ ଧୋଇ ଦିଅନ୍ତୁ। ମଟନକୁ ଭଲ ଭାବରେ ଧୋଇ ସେଥିରେ ଅଦା ରସୁଣ ପେଷ୍ଟ, ହଳଦୀ ଓ ଲଙ୍କା ଗୁଣ୍ଡ ପକାଇ ଗୋଳେଇ ଦିଅନ୍ତୁ। ତାପରେ ସେଥିରେ କାଜୁ ପେଷ୍ଟ,ଗରମ ମସଲା,ଦହି ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାକୁ ଗୋଟିଏ ପାତ୍ରରେ ଘୋଡାଇ ୧ଘଣ୍ଟା ପର୍ୟ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ। ୧ଘଣ୍ଟା ପରେ ମାଂସକୁ ଫ୍ରିଜରୁ କାଢି କିଛି ସମୟ ବାହାରେ ରଖି ଦିଅନ୍ତୁ। ତାପରେସେଥିରେ ଲୁଣ ପକାନ୍ତୁ। ଗୋଟିଏ ବଡ ପାତ୍ରରେ ଘିଅ ଓ ତେଲ ପକାଇ ଗରମ କରନ୍ତୁ। ଗରମ ହୋଇଗଲା ପରେ ସେଥିରେ ମିଶ୍ରିତ ହୋଇଥିବା ମାଂସକୁ ପକାଇ ଅଧ ଘଣ୍ଟା ପର୍ୟ୍ୟନ୍ତ ଭାଜନ୍ତୁ। ତାପରେ ଚାଉଳକୁ ପକାନ୍ତୁ। ତା ଉପରେ କ୍ଷୀର ଓ କେସର ପକାନ୍ତୁ। ତାପରେ ସେଥିରେ ଲୁଣ,ଗରମ ମସଲା,ଘିଅ ଓ ଭଜା ହୋଇଥିବା ପିଆଜ ପକାନ୍ତୁ। ପାତ୍ରକୁ ଭଲ ଭାବରେ ଢାଙ୍କି ଦିଅନ୍ତୁ। ତାପରେ ଅଧଘଣ୍ଟା ପରେ ଢାଙ୍କୁଣି ଖୋଲି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଲଖନବି ମଟନ ବିରିୟାନୀ।

Leave A Reply