ନଦୀକୁ ଗାଧୋଇ ଯାଇ ୨ ନାବାଳକ ନିଖୋଜ

0

ବଣେଇ: ବଣେଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ତୁମକେଳା ଗ୍ରାମରେ ନଦୀରେ ଗାଧୋଇ ଥିବା ସମୟରେ ୨ଜଣ ନାବାଳକ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଲହୁଣୀପଡା ବଜାର ଅଞ୍ଚଳରୁ ଶିବମ ରାୟ ବୟସ (୧୪) ଓ ସୌରଭ ଜୈଶ୍ୱାଲ ବୟସ (୧୫) ନାମକ ଦୁଇ ନାବାଳକ ନଦୀକୁ ଗାଧୋଇବାପାଇଁ ଏକ ମଟରସାଇକେଲରେ ତୁମକଳା ନଦୀ ଘାଟକୁ ଯାଇଥିଲେ। ସେଠାରେ ଦୁଇ ବାଳକଙ୍କ ପୋଷାକ, ମୋବାଇଲ ଓ ମଟରସାଇକେଲ ଥୁଆ ହୋଇଥିବା ସ୍ଥାନୀୟ ଗ୍ରାମବାସୀ ଦେଖିଥିଲେ କିନ୍ତୁ ପାଖରେ ବା ନଦୀରେ କାହାକୁ ଦେଖି ନ ପାଇବାରୁ ପାଣିରେ ବୁଡିଯାଇଥିବା ସନ୍ଦେହ କରି ଲହୁଣୀପଡା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଦୀରେ ତଲାସୀ ଅଭିଯାନ ଜାରି ରଖିଛି ।

Leave A Reply