ଲଦାଖ ପ୍ରଶାସନିକ ମୁଖ୍ୟାଳୟ ତୁରନ୍ତ ଲେହକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ

ଜାମ୍ମୁ: ଲଦାଖ ପ୍ରଶାସନିକ ମୁଖ୍ୟାଳୟ ତୁରନ୍ତ ଲେହକୁ ସ୍ଥାନାନ୍ତର କରିବାକୁ ଜାମ୍ମୁ ଓ କାଶ୍ମୀର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ପ୍ରଶାସନିକ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜାମ୍ମୁ ଏବଂ କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ ଓ କେନ୍ଦ୍ର ଶାସିତ ପ୍ରଦେଶ ସଚିବାଳୟ ପରିଚାଳନା ପାଇଁ ଏହି ସ୍ଥାନାନ୍ତରଣ ଆବଶ୍ୟକ। ଲଦାଖ ମାମଲା ସଚିବଙ୍କୁ ତୁରନ୍ତ ଲେହରେ ଅବସ୍ଥାପିତ ହେବାକୁ କୁହାଯାଇଛି।

ଅଗଷ୍ଟ ୫ରେ ଧାରା ୩୭୦ ଉଛେଦ ହେବା ପରେ ଜାମ୍ମୁ ଏବଂ କାଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ମିଳିବା ଘୋଷଣା କରାଯାଇଥିଲା। ତେବେ ଚଳିତ ଅକ୍ଟୋବର ୩୧ରୁ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ଲାଗୁ ହେଉଛି।

Comments are closed.