ଲଚ୍ଛା ପରଟା

0

ଆବଶ୍ୟକ ସାମଗ୍ରୀ:
ଅଟା- ୨କପ
ମଇଦା- ୧କପ
ତେଲ- ଆବଶ୍ୟକ ଅନୁଯାୟୀ
ଲୁଣ- ସ୍ୱାଦ ଅନୁଯାୟୀ


ପ୍ରସ୍ତୁତ ପ୍ରଣାଳୀ:
ଲଚ୍ଛା ପରଟା ବନାଇବା ପାଇଁ ପ୍ରଥମେ ଅଟା ଓ ମିଦାରେ ଲୁଣ ଓ ତେଲ ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଚକଟି ଥିବା ଅଟାକୁ ୨୦ମିନିଟ ପର୍ଯ୍ୟନ୍ତ ଅଲଗା ରଖି ଦିଅନ୍ତୁ। ତାପରେ ଅଟାକୁ ଆଣି ଗୋଲ ଆକାର କରି ବେଲି ଦିଅନ୍ତୁ। ବେଲି ଥିବା ରୁଟିରେ ତେଲ ଲଗାଇ ଭଲ ଭାବରେ ସେକନ୍ତୁ। ତାପରେ ରୁଟିକୁ ଗୋଲ କରନ୍ତୁ ଓ ତାକୁ ହାତରେ ଅଳ୍ପ ବେଲନ୍ତୁ। ଅଳ୍ପ ଆଞ୍ଚରେ ରୁଟିକୁ ପ୍ରଥମେ ୨-୩ଥର ଶୁଖିଲା ସେକି ଦିଅନ୍ତୁ। ତାପରେ ସେଥିରେ ତେଲ ଲଗାଇ ପରଟା ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ହୋଇଯିବ ଆପଣଙ୍କ ଲଚ୍ଛା ପରଟା। ଏହାକୁ ଆପଣ ଦହି କିମ୍ବା ଚଟଣି ସହ ଖାଇପାରିବେ।

Leave A Reply