୨୨ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

0

ନୂଆପଡା : ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ୨୨ଜଣ ଶ୍ରମିକଙ୍କୁ ମଙ୍ଗଳବାର ଦିନ ନୂଆପଡା ପୁଲିସ ପୁରୀ-ସୁରଟ ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୦ଜଣ ପୁରୁଷ, ୬ଜଣ ମହିଳା ଓ ୬ଜଣ ଶିଶୁ ଥିବା ଜଣାପଡିଛି। ଏହି ଘଟଣାରେ ପୁଲିସ ଜଣେ ଦଲାଲ ଅଶ୍ୱିନୀ ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜିଲା ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ସହ ଆଲୋଚନା କରୁଛନ୍ତି। ପରେ ସେମାନଙ୍କୁ ବଲାଙ୍ଗୀର ଜିଲାକୁ ଫେରାଇ ନିଆଯିବ ବୋଲି ଜଣାପଡିଛି।

Leave A Reply