ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

0

ଯାଜପୁର: କଳିଙ୍ଗନଗରସ୍ଥିତ ଏକ କାରଖାନାର ଜଣେ ଶ୍ରମିକଙ୍କ ମୃତ୍ୟୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ମୃତକଙ୍କ ପରିବାରର ଜଣଙ୍କୁ ଚାକିରି କିମ୍ବା ଆର୍ଥିକ ସହାୟତା ଯୋଗାଇ ଦେବା ଦାବିରେ ଗ୍ରାମବାସୀମାନେ ମୃତଦେହକୁ କାରଖାନାର ମୁଖ୍ୟ ଫାଟକ ନିକଟରେ ରଖି ଧାରଣା ଦେଇଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ଡ୍ୟୁଟିରେ ଥିବା ଜଣେ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇ ପଡିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଏସିଡିଟି ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ଡାକ୍ତର କହିଥିଲେ । କିନ୍ତୁ ସନ୍ଧ୍ୟାରେ ସେ ଗୁରୁତର ହୋଇ ପଡିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟରାତ୍ରିରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply