ସାମ୍ନାକୁ ଆସିଲା ‘ଲାଲ୍‍ ସିଂହ ଚଢା’ରେ ଅମିରଙ୍କ ପ୍ରଥମ ଲୁକ୍‍

ମୁମ୍ବଇ : ଅମିର ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ୍‍ ସିଂହ ଚଢା’ରେ ଅମିରଙ୍କ ପ୍ରଥମ ଲୁକ୍‍ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଏଥିରେ ଅମିରଙ୍କୁ ଜଣେ ସର୍ଦ୍ଦାର ରୂପରେ ଦେଖିବାକୁ ମିଳିଛି। ଏହି ଲୁକ୍‍ ପୋଷ୍ଟରକୁ ନିଜେ ଅମିର ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ପ୍ରଶଂସକମାନଙ୍କୁ ଅମିରଙ୍କ ଏହି ଲୁକ୍‍ ଖୁବ୍‍ ପସନ୍ଦ ଆସିଛି ଏବଂ ସେମାନେ କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି।
ସୂଚନାଯୋଗ୍ୟ, ‘ଲାଲ୍‍ ସିଂହ ଚଢା’ରେ କରୀନା କପୁର ଅମିରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ। ପ୍ରାୟ ୯ ବର୍ଷ ପରେ ଅମିର ଓ କରୀନାଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ୧୯୯୪ ମସିହାରେ ପରଦାକୁ ଆସିଥିବା ରବର୍ଟ ଜେମେକିସଙ୍କ ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ଫରେଷ୍ଟ ଗମ୍ପ୍‍’ର ଏହା ହେଉଛି ରିମେକ୍‍। ଅଦ୍‍ଭୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ମୁକ୍ତିଲାଭ କରିବ।

Comments are closed.