ରିଲିଜ୍‍ ହେଲା ‘ଲାଲ୍‍ କପ୍ତାନ୍‍’ର ପ୍ରଥମ ପୋଷ୍ଟର ; ନାଗା ସାଧୁ ବେଶରେ ସୈଫ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଲ୍‍ କପ୍ତାନ୍‍’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‍ ହୋଇଛି। ପୋଷ୍ଟରରେ ସୈଫ୍‍ଙ୍କୁ ନାଗା ସାଧୁ ଅବତାରରେ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରକୁ ଇରୋଜ୍‍ ଇଣ୍ଟରନେସନଲ୍‍ ଓ ଆନନ୍ଦ ଏଲ୍‍ ରୟଙ୍କ କଲର ୟେଲୋ ପ୍ରଡକ୍ସନର ମିଳିତ ପ୍ରଯୋଜନାରେ ନିର୍ମାଣ କରାଯାଉଛି। ସୂଚନା ଅନୁସାରେ, ‘ଲାଲ୍‍ କପ୍ତାନ୍‍’ର କାହାଣୀ ଡ୍ରାମା, ପ୍ରତିଶୋଧ ଓ ଧୋକା ଉପରେ ଆଧାରିତ। ନବଦୀପ ସିଂହ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଏହା ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ମୁକ୍ତିଲାଭ କରିବ।

Comments are closed.