୯୨ ବର୍ଷରେ ପାଦ ଦେଲେ ଆଡୱାଣୀ; ଶୁଭେଚ୍ଛା ଜଣାଇ ମୋଦୀ କହିଲେ ବିଚାରଧାରାରେ କେବେ ସାଲିସ କରିନାହାନ୍ତି

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡୱାଣୀ ଶୁକ୍ରବାର ୯୨ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡୱାଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେ ଜଣେ ବିଦ୍ବାନ୍‌, ରାଜନୀତିରେ ପ୍ରବୀଣ ଏବଂ ସବୁଠାରୁ ସମ୍ମାନନୀୟ ନେତା ବୋଲି କହିଛନ୍ତି। ମୋଦୀ ଏକାଧିକ ଟ୍ବିଟ୍‌ କରି ବିଜେପିରେ ଆଡୱାଣୀଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ସେ ତାଙ୍କ ବିଚାରଧାରାରେ କେବେ ସାଲିସ କରିନାହାନ୍ତି ବୋଲି ମୋଦୀ କହିଛନ୍ତି। ମୋଦୀ ଟ୍ବିଟ୍‌ରେ ଲେଖିଛନ୍ତି, ଦେଶର ନାଗରିକଙ୍କୁ ସଶକ୍ତ କରିବାରେ ଆଡ୍‌ୱାଣୀଙ୍କ ଅସାଧାରଣ ଅବଦାନକୁ ଭାରତ ସର୍ବଦା ସ୍ନେହ ଆଦର କରିବ। ବିଜେପିକୁ ସୁଦୃଢ଼ କରିବା ଲାଗି ସେ ଦଶନ୍ଧି ଦଶନ୍ଧି ଧରି ପରିଶ୍ରମ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଛି ବୋଲି ମୋଦୀ ଟ୍ବିଟ୍‌ କରିଛନ୍ତି।

Comments are closed.