କୁଟିଆଙ୍କ ବିକାଶ ଅର୍ଥ ଠିକ ଭାବେ ଖର୍ଚ୍ଚ ହେଉନଥିବା ନେଇ ୩ ପଞ୍ଚାୟତ ବାସୀଙ୍କ ହେଲେ ମେଳି

ସ୍ବେଛାସେବୀ ଅନୁଷ୍ଠାନ ବିକାଶ ନା ରେ କରୁଛି ଅନିମିୟତା

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲାର ବେଲଘର ଅଞ୍ଚଳରେ ଆଦିମ ଅଧିବାସୀ ବିରଳ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟ ରହୁଥିବା ବେଳେ ସେମାନଙ୍କ ବିକାଶ ପାଇଁ  ପ୍ରତିଷ୍ଠା ହୋଇଛି କୁଟିଆ କନ୍ଧ ଉନ୍ନୟନ ବିଭାଗ। ତେବେ ସେହି ବିଭାଗ ମଧ୍ୟମରେ କୁଟିଆ ଜନଜାତିଙ୍କ ବିକାଶ ପାଇଁ ସରକାର ଦୁଇ ବର୍ଷ ତଳେ ଓପିଲିପି ମଧ୍ୟମରେ ସୌରଭ ନାମକ ଏକ ସ୍ବେଛାସେବୀ ଅନୁଷ୍ଠାନର ସହଯୋଗରେ ବିକାଶ ମୂଳକ କାର୍ଯ୍ୟକ୍ରମ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ୮୦କୋଟି ଟଙ୍କା ବଜେଟ କରାଯାଇଥିଲା। କିନ୍ତୁ ଆଜକୁ ଦୁଇ ବର୍ଷ ହୋଇଥିବା ବେଳେ ବିକାଶ ମୂଳକ କାର୍ଯ୍ୟକ୍ରମ ସେଭଳି କିଛି ହୋଇନଥିବା ଓ ଦାୟିତ୍ୱ ରେ ଥିବା ସ୍ବେଛାସେବୀ ଅନୁଷ୍ଠାନ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ଆଜି ତୁମୁଡିବନ୍ଧ ବ୍ଲକର ଗୁମା, ବେଲଘର ଓ ବିଲାମାଳ ୩ ପଞ୍ଚାୟତର ଶହଶହ କୁଟିଆ ଜନଜାତିର ଲୋକେ  ଏକ ବିରାଟ ଶୋଭାଯାତ୍ରା କରି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟକୁ ଘେରାଉ କରିବା ସହ ସୌରଭ ସ୍ବେଛାସେବୀ ଅନୁଷ୍ଠାନ ଅର୍ଥ ଅନିୟମିତ କରିଥିବା ଅଭିଯୋଗ କରିବା ସହ ତା ବିରୋଧ କଡା କାର୍ଯ୍ୟାନୁଷ୍ଠାନ ସହ ସେଠାରୁ ସୌରଭକୁ ହଟାଇବା ଦାବୀ କରିଛନ୍ତି। କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ରେଣୁ ଧର ନାୟକ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।

Comments are closed.