କୁନ୍ଦୁଲି ମାମଲା ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସଆଇଟି ତଦନ୍ତ ପାଇଁ  ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  କୁନ୍ଦୁଲି ପୀଡିତାଙ୍କ ଓକିଲ ଶ୍ରୀ.ଜି ଭାଉସାର ଗରମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।  ମାମଲାର କ୍ଲୋଜର ରିପୋର୍ଟ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରାଯାଇଥିଲା । ପୀଡିତାଙ୍କ ମାଆ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ଉଭୟ ପକ୍ଷରେ ଯୁକ୍ତି ଶୁଣି ମୁଖ୍ୟ ବିଚାରପତି ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରାଯିବ । ଏହି ଏସଆଇଟି ତଦନ୍ତରେ ଓଡ଼ିଶା ପୁଲିସର ୩ଜଣ ଡିଆଇଜି ରହିବେ।  ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏସଆଇଟି ରିପୋର୍ଟ ଦେବାପରେ ୧୬ ଡିସେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟକରାଯାଇଛି ।

Comments are closed.