କୁନ୍ଦୁଲି ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ମାସ ବୃଦ୍ଧି

0

ଭୁବନେଶ୍ୱର : କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ଘଟଣାର ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆସନ୍ତା ଜୁନ୍‍ ୨୫ରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହାର ଅବଧିକୁ ଆଉ ୩ମାସ ବଢାଇ ଦିଆଯାଇଥିବା ସୂଚନା ମିଳିଛି।
ବହୁଚର୍ଚ୍ଚିତ କୁନ୍ଦୁଲି ଘଟଣାର ତଦନ୍ତ କରିବା ପାଇଁ ୨୦୧୭ ମସିହା ଡିସେମ୍ବର ୨୬ରେ ରାଜ୍ୟ ସରକାର ତଦନ୍ତ କମିଶନ ଗଠନ କରିଥିଲେ। ପୂର୍ବରୁ ମାର୍ଚ୍ଚ ମାସରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତେବେ ଧାର୍ଯ୍ୟ ସମୟ ସୁଦ୍ଧା ତଦନ୍ତ ଶେଷ ହୋଇ ନଥିବାରୁ ସରକାର ପୁଣିଥରେ କମିଶନଙ୍କ କାର୍ଯ୍ୟକାଳ ୩ମାସ ବୃଦ୍ଧି କରିଛନ୍ତି।

Leave A Reply