ମୌନୀ ଅମାବାସ୍ୟାରେ କୁମ୍ଭମେଳାରେ ଦ୍ୱିତୀୟ ପବିତ୍ର ସ୍ନାନ

0

ପ୍ରୟାଗରାଜ : ପବିତ୍ର ମୌନୀ ଅମାବାସ୍ୟା ଅବସରରେ ସୋମବାର ପ୍ରୟାଗରାଜ କୁମ୍ଭମେଳାରେ ଦ୍ୱିତୀୟ ପବିତ୍ର ସ୍ନାନ ଆରମ୍ଭ ହୋଇଛି। ଗଙ୍ଗା, ଯମୁନା, ସରସ୍ୱତୀର ସଙ୍ଗମ ସ୍ଥଳୀରେ ଆଜି ବଡ଼ିଭୋରରୁ ଶ୍ରଦ୍ଧାଳୁମାନେ ବୁଡ଼ ପକାଉଛନ୍ତି। ସଙ୍ଗମରେ ଆଜି ପାଖାପାଖି ୩କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବେ। ମେଳା ପ୍ରଶାସନ ପକ୍ଷରୁ କୁହାଯାଇଛି ଦେଢ଼କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ କୁମ୍ଭ ମେଳାରେ ପହଞ୍ଚି ସାରିଛନ୍ତି। ୪୯ଦିନ ଧରି ଚାଲିବାକୁ ଥିବା ଏହି କୁମ୍ଭମେଳା ମାର୍ଚ୍ଚ ୪ତାରିଖରେ ଶେଷ ହେବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୌନୀ ଅମାବାସ୍ୟା ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଘାଟଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply