କୁମାରସ୍ୱାମୀଙ୍କ କ୍ୟାବିନେଟରେ କଂଗ୍ରେସ ୨୨ ଏବଂ ଜେ.ଡି(ଏସ୍‍)ର ୧୨ ମନ୍ତ୍ରୀ ସାମିଲ ହେବେ

0

ବେଙ୍ଗେଲୁରୁ: କର୍ଣ୍ଣାଟକ ରାଜନୀତିରେ ୟେଦୁରପ୍ପା ଅଢେଇଦିନର ମୁଖ୍ୟମନ୍ତ୍ରୀ ରହିବାପରେ ଏବେ କଂଗ୍ରେସ-ଜେ.ଡି(ଏସ) ମେଣ୍ଟ ସରକାର କରିବାକୁ ଯାଉଛି। ଏହି ମେଣ୍ଟର ମୁଖ୍ୟମନ୍ତ୍ରୀ ଆଶାୟୀ କୁମାରସ୍ୱାମୀଙ୍କ କ୍ୟାବିନେଟରେ କିଏ ମନ୍ତ୍ରୀପଦ ପାଇବ ସେହି ଆଶଙ୍କାର ଅନ୍ତ ଘଟିଛି। କଂଗ୍ରେସ-ଜେ.ଡି(ଏସ) ମଧ୍ୟରେ ଆଜି ଆଲୋଚନା ପରେ କଂଗ୍ରେସ କର୍ଣ୍ଣାଟକ ପ୍ରଭାରୀ କେ.ଭି.ଭେନୁଗୋପାଲ ଶପଥ ଗ୍ରହଣ କରିବାକୁ ଥିବା ମନ୍ତ୍ରୀମାନଙ୍କର ତାଲିକା ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ୩୪ଜଣିଆ କ୍ୟାବିନେଟରେ କଂଗ୍ରେସର ୨୨ଜଣ ଏବଂ ଜେ.ଡି(ଏସ)ର ୧୨ ଜଣ ମନ୍ତ୍ରୀ ରହିବେ। ଜେ.ଡି(ଏସ) ଦଳର ମୁଖ୍ୟମନ୍ତ୍ରୀ ରହିଥିବାବେଳେ, କଂଗ୍ରେସ ଦଳର ଉପମୁଖ୍ୟମନ୍ତ୍ରୀ ରହିବେ। କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତାହା ଆସ୍ଥା ଭୋଟ ଶେଷ ହେବାପରେ ବିଚାର କରାଯିବ।
୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ଟି ଆସନ ଜିତି ପ୍ରଥମ ଦଳ ଥିବାବେଳେ, କଂଗ୍ରେସ ୭୮ ଏବଂ ଜେ.ଡି(ଏସ) ୩୮ ଦ୍ୱିତିୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ।

Leave A Reply