ଆସ୍ଥା ଭୋଟ୍ ଲୋଡୁଛନ୍ତି କୁମାରସ୍ୱାମୀ

0

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିଶ୍ୱାସମତ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏହି ପ୍ରସ୍ତାବ ବୋଟିଂ ଦ୍ୱାରା ହେବ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସେ ତାଙ୍କ ଭାଷଣରେ ରାଜ୍ୟର ମତଦାନ ବିଜେପି ସପକ୍ଷରେ ନୁହେଁ ବୋଲି ମତ ରଖିଥିଲେ। ଚଳିତ ମତଦାନ ୨୦୦୪ ଅନୁରୂପ ହୋଇଛି ବୋଲି କୁମାରସ୍ୱାମୀ ଯୁକ୍ତି ଦର୍ଶାଇ ଥିଲେ। ଏହି ବର୍ଷ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ସେହିପରି ଯେଦୁରପ୍ପା ମଧ୍ୟ ଏହି ଅବସରରେ ଭାଷଣ ଦେଇଥିଲେ। ରାଜ୍ୟପାଳ ସଂଖ୍ୟାଗରିଷ୍ଠ ଦଳକୁ ପ୍ରଥମେ ସୁଯୋଗ ଦେଇ ତାଙ୍କ ଦାୟିତ୍ୱ ସଠିକ୍‍ ଭାବରେ ତୁଲାଇଛନ୍ତି ବୋଲି ୟେଦୁରପ୍ପା ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକାଳ ପ୍ରାରମ୍ଭରେ କଂଗ୍ରେସ ନେତା ରମେଶ କୁମାରଙ୍କୁ ବାଚସ୍ପତି ମନୋନୀତ କରାଯାଇ ଥିଲା। ଏହି ପ୍ରକ୍ରିୟାରେ ବିପକ୍ଷ ପକ୍ଷରୁ କୌଣସି ପ୍ରତିନିଧିଙ୍କୁ ଛିଡ଼ା କରାଯାଇ ନଥିଲା। ବାଚସ୍ପତି ର୍ନିଦ୍ୱନ୍ଦ୍ୱରେ ମନୋନୀତ ହେବାରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିରୋଧୀଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply