ଚର୍ଚ୍ଚାରେ କୁମାରସ୍ୱାମୀଙ୍କ ୨୭ ବର୍ଷ ଛୋଟ ସ୍ତ୍ରୀ ରାଧିକା

0

ବେଙ୍ଗାଲୁରୁ : କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଜେଡିଏସ୍‍ ନେତା ଏଚ.ଡି. କୁମାରସ୍ୱାମୀ ଶପଥ ଗ୍ରହଣ କରିବେ। ମାତ୍ର ୩୮ ଆସନ ଜିତି କୁମାରସ୍ୱାମୀ କଂଗ୍ରେସ ସମର୍ଥନରେ ସରକାର ଗଠନ କରିବାକୁ ଯାଉଛନ୍ତି। ଫଳରେ କୁମାରସ୍ୱାମୀଙ୍କୁ ଲୋକେ ଭାଗ୍ୟଶାଳୀ ବୋଲି ମନେ କରୁଛନ୍ତି ଓ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣିବା ପାଇଁ ଗୁଗଲରେ ଖୋଜୁଛନ୍ତି। ଗୁଗୁଲ ଟ୍ରେଣ୍ଡ୍‍ ଅନୁସାରେ ଲୋକେ କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ରାଧିକା କୁମାରସ୍ୱାମୀଙ୍କୁ ଅଧିକ ସର୍ଚ୍ଚ କରୁଛନ୍ତି।
ରାଧିକା କୁମାରସ୍ୱାମୀ କନ୍ନଡ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ନିର୍ଦେଶିକା ଅଟନ୍ତି। ରାଧିକା ୨୦୦୨ରେ ନିଜ ଚଳଚ୍ଚିତ୍ର ଜୀବନର ଆରମ୍ଭ କରିଥିଲେ। ରାଧିକା କନ୍ନଡ ଚଳଚ୍ଚିତ୍ର ବ୍ୟତୀତ ତାମିଲ ସିନେମା ଜଗତରେ ମଧ୍ୟ କାମ କରିଛନ୍ତି। ସେ ଏପର୍ଯ୍ୟନ୍ତ ୩୨ଟି ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ନିନାଗାଗୀ। ୧୯୮୬ରେ କୁମାରସ୍ୱାମୀ ଏବଂ ତାଙ୍କ ପ୍ରଥମ ପତ୍ନୀ ଅନୀତାଙ୍କ ବିବାହ ସମୟରେ ରାଧିକା ଜନ୍ମଗ୍ରହଣ କରିଥିଲେ। ୩୧ ବର୍ଷିୟା ରାଧିକା ଏବଂ ୫୮ ବର୍ଷିୟ କୁମାରସ୍ୱାମୀଙ୍କ ବିବାହ ୨୦୦୬ରେ ଗୁପ୍ତ ଭାବେ ହୋଇଥିଲା। ସେତେବେଳେ କୁମାରସ୍ୱାମୀ ପ୍ରଥମ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଧିକା ୨୦୧୦ରେ କୁମାରସ୍ୱାମୀଙ୍କ ସହ ତାଙ୍କ ବିବାହ ଉପରୁ ପରଦା ଉଠାଇଥିଲେ। ଉଲ୍ଲେଖ ଯେ କୁମାରସ୍ୱାମୀ ଏବଂ ରାଧିକାଙ୍କ ମଧ୍ୟରେ ୨୭ ବର୍ଷ ବୟସର ବ୍ୟବଧାନ ରହିଛି। ଅର୍ଥାତ କୁମାରସ୍ୱାମୀ ରାଧିକାଙ୍କଠାରୁ ବୟସରେ ୨୭ ବର୍ଷ ବଡ଼। ରାଧିକା କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଓ କୁମାର ସ୍ୱାମୀ ରାଧିକାଙ୍କ ଦ୍ୱିତୀୟ ସ୍ୱାମୀ ଅଟନ୍ତି। ରାଧିକା ୧୪ ବର୍ଷ ବୟସରେ ରତନ କୁମାରଙ୍କୁ ମନ୍ଦିରରେ ଲୁଚି ବିବହା କରିଥିଲେ। ତାଙ୍କ ପ୍ରଥମ ବାହାଘର ମାତ୍ର ୨ ବର୍ଷ ତିଷ୍ଟିଥିଲା। କାରଣ ୨୦୦୨ରେ ହୃଦ୍‍ଘାତରେ ରତନ ପ୍ରାଣ ହରାଇଥିଲେ। କୁମାରସ୍ୱାମୀଙ୍କ ପ୍ରଥମ ବାହାଘର ଅନୀତାଙ୍କ ସହ ୧୯୮୬ରେ ହୋଇଥିଲା। ପ୍ରଥମ ପତ୍ନୀ ଆଡୁ କୁମାରସ୍ୱାମୀଙ୍କ ଏକ ପୁଅ ରହିଛି ଓ ତାଙ୍କ ନାମ ନିଖିଲ ଗୌଡ଼ା ବୋଲି ଜାଣିବାକୁ ମିଳିଛି। ପ୍ରକାଶ ଯେ କୁମାରସ୍ୱାମୀ ନିଜ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହୋଇନାହାନ୍ତି। ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ଭୋଟଦାନ ପର୍ଯ୍ୟନ୍ତ ଅନୀତାଙ୍କୁ କୁମାରସ୍ୱାମୀଙ୍କ ସହ ଦେଖିବାକୁ ମିଳିଥିଲା।

Leave A Reply