କେଟିଏମ ଡୁଏକ-୧୨୫ ବାଇକର କମୁଛି ବଜାର ଚାହିଦା

0

ନୂଆଦିଲ୍ଲୀ : ରେସିଂ ବାଇକ କେଟିଏମ୍‍ ଡୁଏକ-୧୨୫କୁ ୩ମାସ ପୂର୍ବରୁ ଭାରତୀୟ ବଜାରରେ ପ୍ରବେଶ କରାଯାଇଥିଲା। କମ୍ପାନୀର ଏହା ପ୍ରଥମ ବାଇକ ଯାହାକୁ ୧୨୫ ସିସି ସେଗମେଣ୍ଟରେ ବଜାରକୁ ଛଡାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ବାଇକରେ ଲଗାତାର ବିକ୍ରୟ ହାର ହ୍ରାସ ପାଇବାରେ ଲାଗିଛି। ଏହି ବାଇକ୍‍ ଦେଖିବାକୁ କେଟିଏମ ଡୁଏକ୍‍ ୨୦୦ ପରି ସମାନ ରହିଥିବାରୁ ଲୋକମାନେ କିଣିବେ ବୋଲି କମ୍ପାନୀ ଆଶା ରଖିଥିଲା।
ଏହି ବାଇକରେ କମ ଆଲୁମିନିୟମ ବିଶିଷ୍ଟ ସ୍ୱିଂଗଆର୍ମ, ଟ୍ରେଲିସ ଫେମ ଓ ବାଇକ ସମ୍ମୁଖରେ ୪୩ଏମଏମ ଅପସାଇଡ ଡାଉନ ଫୋକର୍ସ ସୁବିଧା ରହିଛି। ଜାନୁୟାରୀରେ ଏହି ବାଇକ ୧୪୦୨ଟି ବିକ୍ରି କରାଯାଇଛି। କିନ୍ତୁ ଡିସେମ୍ବରରେ ଏହି ବାଇକ ୨୦୦ ୟୁନିଟ ବିକ୍ରି ହୋଇଥିଲା। କେଟିଏମ ଡୁଏକ ୧୨୫ରେ ସମ୍ମୁଖ ଭାଗରେ ୩୦୦ ଏମଏମ ଓ ପଛ ଭାଗରେ ୨୩୦ ଏମଏମ ଡିସବ୍ରେକ ରହିଛି। ବଜାରରେ ଏହି ବାଇକର ମୂଲ୍ୟ ୧.୧୮ ଲକ୍ଷ ଟଙ୍କା ରହିଥିଲା।

Leave A Reply