ଦର୍ଶକଙ୍କୁ ହସାଇବେ କୃତି

0

୭ ବର୍ଷୀୟା କୃତି ସଂଖ୍ୟାଧିକ ଭିନ୍ନ ପ୍ରସଙ୍ଗଭିତ୍ତିକ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଏବେ ହାସ୍ୟରସାତ୍ମକ ଚଳଚ୍ଚିତ୍ର ଆଡ଼କୁ ମୁହାଁଇଛନ୍ତି। ସାଜିଦ୍ ନାଦିଆୱାଲା ପ୍ରଯୋଜିତ ଓ ସାଜିଦ୍ ଖାନ୍ ନିର୍ଦେଶିତ ହାଉସ୍‌‌ଫୁଲ୍ ଚଳଚ୍ଚିତ୍ରର ୩ଟି ଭାଗ ଇତିମଧ୍ୟରେ ମୁକ୍ତିଲାଭ କରିସାରିଛି। ଦର୍ଶକଙ୍କୁ ହସାଇହସାଇ ବେଦମ୍ କରୁଥିବା ଏହି ଚଳଚ୍ଚିତ୍ରର ଚତୁର୍ଥ ଭାଗର ନିର୍ମାଣ ଯୋଜନା ଆରମ୍ଭ ହୋଇସାରିଛି। ଏଥରକ ଅଭିନେତ୍ରୀ ଭାବେ କୃତି ଖରବନ୍ଦାଙ୍କୁ ସୁଯୋଗ ମିଳିବ ବୋଲି ପ୍ରକାଶ। କୃତି ନିଜେ ଗଣମାଧ୍ୟମକୁ ଏଇ ତଥ୍ୟ ଦେଇଛନ୍ତି। ଏବେ ତାଙ୍କ ନିକଟରେ ସେଭଳି କୌଣସି ବଡ଼ଧରଣର ପ୍ରୋଜେକ୍ଟ ନାହିଁ। ୨ଟି ବିଜ୍ଞାପନର ସୁଟିଂ କାମ କୃତି ଗତ ସପ୍ତାହରେ ଶେଷ କରିଥିବାର କହିଛନ୍ତି।

ପ୍ରଥମଥର ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ସେ। ଏଣୁ ନର୍ଭସ୍ ଲାଗୁଥିବା ତାଙ୍କ ମତ। ନିୟମିତ ଭାବେ କମେଡି ଭିଡିଓ ଦେଖି ସେ ନିଜ ଅଭିନୟକୁ ଅଧିକ ସୁନ୍ଦର କରିବାର ଚେଷ୍ଟାରେ ଲାଗିପଡ଼ିଛନ୍ତି। ନିର୍ଦେଶକ ସାଜିଦ୍ କହିସାରିଛନ୍ତି, ହାଉସ୍‌‌ଫୁଲ୍-୪ ଭାରତର ସବୁଠୁ ବିଗ୍ ବଜେଟ୍‌ର ହାସ୍ୟରସାତ୍ମକ ଚଳଚ୍ଚିତ୍ର ଭାବେ ମୁକ୍ତିଲାଭ କରିବ। ଏଥିରେ ଅନ୍ୟାନ୍ୟ ଭୂମିକାରେ ଅକ୍ଷୟ କୁମାର, ରିତେଶ ଦେଶମୁଖ ଦେଖାଦେବେ।

Leave A Reply