କୋଣାର୍କରେ ଧୂମଧାମରେ ପାଳିତ ହେଉଛି କାଳୀ ପୂଜା

0

କୋଣାର୍କ : ପର୍ଯ୍ୟଟନ ସହର କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଧୂମଧାମରେ ଦୀପାବଳି ଓ କାଳୀ ପୂଜା ପାଳିତ ହେଉଛି। କୋଣାର୍କ ଏନଏସି ଅଧିନସ୍ଥ ବାଣପଦା ସ୍ଥିତ କାଳୀ ମନ୍ଦିରଠାରେ ମହାକାଳୀଙ୍କ ପୂଜାର୍ଚ୍ଚନା ମହାସମାରୋହରେ ପାଳିତ ହୋଇଯାଇଛି। ପଣ୍ଡିତ ଇଶ୍ବର ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ପବିତ୍ର ପୂଜା ମହୋତ୍ସବରେ ଦେଵନୀତି ଅନୁଯାୟୀ ମହାମାୟୀ ଜଗତଜନନୀ ମା ଶ୍ୟାମମାକାଳୀଙ୍କ ନିକଟରେ ହୋମାଦି କର୍ମ ସଂପାଦିତ କରାଯିବା ସହ ଧର୍ମୀୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ  ଭଜନ ସମାରୋହ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ମହାକାଳୀଙ୍କ ନିକଟରେ ଧୂପ ଦୀପ ଜାଳି ମା’ଙ୍କ ପୂଜା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସୁଶାନ୍ତ ଵେଉରା ସମେତ ପୂଜା କମିଟିର ସମସ୍ତ ସଦସ୍ୟ ମାନେ ଏହାର ପରିଚାଳନା କରିଥିଲେ।

Leave A Reply