କୋଣାର୍କରେ ଭାରତୀୟ ପର୍ୟ୍ୟଟନ ବିଭାଗର କର୍ମଶାଳା

0

କୋଣାର୍କ : କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ଭାରତୀୟ ପର୍ୟ୍ୟଟନ ବିଭାଗ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ପର୍ୟ୍ୟଟକ ମାନଙ୍କ ନିମନ୍ତେ ଗ୍ରାମୀଣ ଭିତିକ ରହିବା ଓ ଖାଦ୍ୟ ପେୟର ସୁବନ୍ଦୋବସ୍ତ ପ୍ରୋତ୍ସାହନ ସୃଷ୍ଟି ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପର୍ୟ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ପ୍ରଵୀର କୁମାର ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଭାରତୀୟ ପର୍ୟ୍ୟଟନ ବିଭାଗର ମହାନିର୍ଦ୍ଦେଶକ ସତ୍ୟଜିତ ରାଜନ୍, ନିର୍ଦ୍ଦେଶକ, କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, କୋଣାର୍କ ସୁରକ୍ଷା ସମିତି ସଭାପତି ଵାଦଲ ଦାଶ, କୋଣାର୍କ ଏନଏସି ଗୋଷ୍ଠୀ ସଂଯୋଜକ ଭାଗିରଥି ବରାଳ ପ୍ରମୁଖ ଯୋଗ ଦେଇଥିଲେ। ଵିଦେଶୀ ପର୍ୟ୍ୟଟକ ମାନଙ୍କୁ ଗ୍ରାମୀଣ ଭିତିକ ପର୍ୟ୍ୟଟନ ଶିଳ୍ପର ଉନ୍ନତି କରିବା ନିମନ୍ତେ ପର୍ୟ୍ୟଟକ ମାନଙ୍କ ନିମନ୍ତେ ରହିବା, ଖାଇବା, ସହ ସେମାନଙ୍କୁ ନିଜ ସଂସ୍କୃତି ଓ ପରମ୍ପରା ସମ୍ଵଧରେ ଅଵଗତ କରାଇ ନିଜ ପର୍ୟ୍ୟଟନ ଶିଳ୍ପର ବିକାଶ କରିବା ସହ କର୍ମ ନିଯୁକ୍ତି ସୃଷ୍ଟି କରି ଆର୍ଥିକ ରୋଜଗାରକ୍ଷମ କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ଵୋଲି ଭାରତୀୟ ପର୍ୟ୍ୟଟନ ବିଭାଗ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ଏହା ଦ୍ଵାରା ଅଧିକରୁ ଅଧିକ ପର୍ୟ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଵା ସହ ସେମାନଙ୍କ ରହଣି ନିମନ୍ତେ ସୁସ୍ଥ ପରିବେଶ ଓ ଭିତ୍ତିଭୂମି ସହ ଆନୁସାଙ୍ଗିକ ସାମଗ୍ରୀର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଲେ ଏହା ସୁଦୂର ପ୍ରସାରୀହୋଇପାରିବ ଵୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମରେ କୋଣାର୍କ ଅଂଚଳ ର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ହୋଟେଲ ଶିଳ୍ପ ର କାର୍ୟ୍ୟରତ କର୍ମଚାରୀ,ଗ୍ରାମୀଣ ଅଂଚଳର ଶତାଧିକ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଗ୍ରାମୀଣ ଅଂଚଳ ର ୧ରୁ ୬ କୋଠରୀ ସହ ସେଠାରେ ନିଜେ ଘର ମାଲିକ ରହି ପାରିଲେ ଏହି ପ୍ରକଳ୍ପ ର ସଫଳ କାର୍ୟ୍ୟକାରିତା ହୋଇ ପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ରେ ସ୍ଵର୍ଣ୍ଣ ଓ ରୌପ୍ୟ ଯୋଜନା ରେ ଯଥାକ୍ରମେ ୫୦୦୦ ହଜାର ଓ ୩ହଜାର ଟଙ୍କା ର ଭାରତୀୟ ପର୍ୟ୍ୟଟନ ବିଭାଗ ଭୁବନେଶ୍ବର କାର୍ୟ୍ୟାଳୟଠାରେ ଆଵେଦନ କରିବା ସହ ଏଥିପାଇଁ ଆବଶ୍ୟକ ମୁତାବକ ୧୨୦ ସେମି ବିଶିଷ୍ଟ କୋଠରୀ, ୩୬ ସେମି ବିଶିଷ୍ଟ ପାଇଖାନା ସହ ସ୍ଵାସ୍ଥ୍ୟ ଓ ପରିଛନତା ଏଥିପାଇଁ ଜରୁରୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

Leave A Reply