ତାଲୁକ ସ୍ତରୀୟ ଆଇନ ସଚେତନତା ଶୋଭାଯାତ୍ର

0

କୋକସରା : ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ ସେବା ଦିବସ ଅବସରରେ ଏକ ଆଇନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲା ଦୌରା ଜଜ୍‍ ଶ୍ରୀଯୁକ୍ତ ରାମକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱ୍ୱରେ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ବାହାରିବା ପୂର୍ବରୁ ଅତିରିକ୍ତ ଜିଲା ଜଜ୍‍ କୋର୍ଟ ପରିସର ମଧ୍ୟରେ ଉପସ୍ଥିତ ଜନତା, ଆଇନଜିବୀ ଓ ବିଭିନ୍ନ ମକଦମା ନେଇ କୋର୍ଟରେ ଉପସ୍ଥିତ ପକ୍ଷମାନଙ୍କୁ ଆଜିର ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ। ମାଗଣା ଆଇନ ସେବା ଯୋଗେଇଦେବାରେ ଧର୍ମଗଡ ତାଲୁକ ଆଇନ ସେବା ସମିତିର କାର୍ଯ୍ୟକାରିତା ଓ ସଫଳତା ବିଷୟ ଅବତାରଣା କରିବା ସହିତ, ଉପସ୍ଥିତ ଜନସାଧାରଣଙ୍କୁ ଆଇନ ସଚେତନତାର ବାର୍ତ୍ତା ସମାଜରେ ବାଣ୍ଟିବା ପାଇଁ ଆହ୍ୱାନ ପ୍ରଦାନ କରିଥିଲେ। ନିଜେ ସଚେତନ ରହି ସମାଜକୁ ସଚେତନ କରିପାରିଲେ ଆମେ ଏକ ଶକ୍ତ ଗଣତନ୍ତ୍ରର ପ୍ରତିଷ୍ଠା କରିପାରିବା ବୋଲି ସେ ମତ ପୋଷଣ କରିଥିଲେ। ଉକ୍ତ ଶୋଭାଯାତ୍ରାଟି ଧର୍ମଗଡ କୋର୍ଟ ପରିସରରୁ ବାହାରି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସିଭିଲ ଜଜ୍‍ ଶ୍ରୀଯୁକ୍ତ ଅରବିନ୍ଦ ରଥ, ଅନ୍ୟାନ୍ୟ ବିଚାର ବିଭାଗୀୟ ଅଫିସର, ଆଇନଜିବୀ, ତାଲୁକ ଆଇନ ସେବା ସମିତିର ସଦସ୍ୟ, ଅଙ୍ଗନୱାଡି ସ୍ୱେଚ୍ଛାସେବୀ ସଂଗଠନ ଓ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply