ସରେ ସହ ଚୁକ୍ତିକଲେ କୋହଲି

0

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଇଂଲିଶ୍‌ କାଉଣ୍ଟି ଖେଳିବାକୁ ସରେ ଦଳ ସହ ଚୁକ୍ତି କରିଥିବା ଜଣାପଡ଼ିଛି। କୋହଲି ଆସନ୍ତା ଜୁନ୍‌ରେ କାଉଣ୍ଟିରେ ଖେଳିବାକୁ ଚୁକ୍ତି ସ୍ୱାକ୍ଷର କରିଥିବା ସରେ ଦଳର ନିର୍ଦେଶକ ଆଲେକ୍‌ସ ଷ୍ଟୁଆର୍ଟ ସୂଚନା ଦେଇଛନ୍ତି।
ସରେ ତରଫରୁ କାଉଣ୍ଟି ଲିଗ୍‌ ଖେଳିବାକୁ କୋହଲି ଚୁକ୍ତି କରିବା ଅର୍ଥ ସେ ଜୁନ୍‌ ୧୪ରୁ ୧୮ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଆଫଗାନିସ୍ତାନ ବିରୋଧରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତକୁ ପ୍ରତିନିଧିତ୍ୱ କରିବେ ନାର୍ହି। ଆଫଗାନିସ୍ତାନ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଭାରତ ବିରୋଧରେ ଖେଳିବାକୁ ଯାଉଥିବା ବେଳେ କୋହଲି ଏଥିରେ ଖେଳିବା ଉଚିତ୍‌ ବୋଲି ବିସିସିଆଇ ତରଫରୁ ମତ ପ୍ରକାଶ ପାଇଥିଲା। ତେବେ ଏହାକୁ ଅଣଦେଖା କରି କୋହଲି କାଉଣ୍ଟି ଖେଳିବାକୁ ଚୁକ୍ତି କରିଛନ୍ତି। ସୂଚନାଥାଉକି କୋହଲିଙ୍କ ବ୍ୟତୀତ ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ୱର ପୂଜାରା ୟର୍କସାୟାର, ଦ୍ରୁତ ବୋଲର ଈଶାନ୍ତ ଶର୍ମା ସସେକ୍ସ ଓ ବରୁଣ ଆରୋନ୍‌ ଲିଚେଷ୍ଟରସାୟାର ତରଫରୁ କାଉଣ୍ଟି ଖେଳୁଛନ୍ତି। ଅକ୍ଷର ପଟେଲ୍‌ ଆସନ୍ତା ଅଗଷ୍ଟରେ କାଉଣ୍ଟି ଖେଳିବାର ଯୋଜନା ରହିଛି। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ୍‌ ନିମନ୍ତେ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବାକୁ କୋହଲି କାଉଣ୍ଟି ଖେଳିବାକୁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।

Leave A Reply