ସ୍ବପ୍ନରେ ନିଆଁ କିମ୍ବା ପାଣି ଦେଖୁଛନ୍ତି କି? ଜାଣନ୍ତୁ ଏହାର ଅର୍ଥ

ସାଧାରଣତଃ ନିଦରେ ଅନେକ ଲୋକ ସ୍ବପ୍ନ ଦେଖିଥାଆନ୍ତି। ହେଲେ କିଛି ଲୋକ ଦେଖିଥିବା ସ୍ବପ୍ନ ପ୍ରତି ଏତେଟା ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ, ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି ଅର୍ଥ ରହିଛି। ସେହିଭଳି ସ୍ବପ୍ନରେ ନିଆଁ କିମ୍ବା ପାଣି ଦେଖିବ ମଧ୍ୟ ଆମକୁ କିଛି ସଙ୍କେତ ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସ୍ବପ୍ନରେ ଯଦି ନିଆଁ କିମ୍ବା ପାଣି ଦେଖନ୍ତି ତାହେଲେ ଏହା କେଉଁ ସଙ୍କେତ ଦେଇଥାଏ –

-ଯଦି ସ୍ବପ୍ନରେ କୌଣସି ସ୍ଥାନରେ ନିଆଁ ଲାଗିଥିବାର ଦେଖନ୍ତି ତେବେ ଏହା ସଙ୍କେତ ଦିଏ ଯେ, ଆପଣ ଖୁବଶୀଘ୍ର ମାନସିକ ବିଶାଦରୁ ମୁକ୍ତି ପାଇବା ସହ ଭବିଷ୍ୟତରେ ବିଦେଶ ଯାତ୍ରା କରିପାରନ୍ତି।
-ସ୍ବପ୍ନରେ ଯଦି ନିଜ ଘର ନିଆଁରେ ଜଳୁଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ଘରେ ଖୁବଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହେବାର ସୂଚନା ଦେଇଥାଏ। ଆପଣ ଯଦି ଅବିବାହିତ ତେବେ ଖୁବଶୀଘ୍ର ଆପଣ ନିଜ ମନପସନ୍ଦର ଜୀବନ ସାଥୀ ପାଇବାର ସଙ୍କେତ ମଧ୍ୟ ଦେଇଥାଏ।
-ସ୍ବପ୍ନରେ ନଦୀ ଦେଖିବା ଖୁବ୍ ଶୁଭ ବୋଲି କୁହାଯାଇଥାଏ। ଏହା ଆପଣଙ୍କ ସ୍ବପ୍ନକୁ ଖୁବଶୀଘ୍ର ପୂରା ହେବ ବୋଲି ସଙ୍କେତ ଦେଇଥାଏ।
-ମାତ୍ର ସ୍ବପ୍ନରେ ବନ୍ୟା ଦେଖିବା ଆଗାମୀ କୌଣସି ଅଘଟଣର ସୂଚନା ଦେଇଥାଏ ବୋଲି କୁହାଯାଏ।
-ସ୍ବପ୍ନରେ ବର୍ଷା ଦେଖିବା, ଆଗାମୀ ଦିନରେ ଆପଣଙ୍କ ଜୀବନରେ ଖୁସି ଆସିବାର ସଙ୍କେତ ଦେଇଥାଏ।
-ସ୍ବପ୍ନରେ ସମୁଦ୍ର ଦେଖିବା ଅର୍ଥ ଆପଣଙ୍କ ଦ୍ୱାରା ହୋଇଥିବା କୌଣସି ଭୁଲକୁ ସୁଧାରିବା ଆବଶ୍ୟକ।
-ସ୍ବପ୍ନରେ ନିର୍ମଳ ପାଣି ଦେଖିବା ଅର୍ଥ ଆପଣଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରିଶ୍ରମ ସଫଳ ହେବାକୁ ଯାଉଛି।

Comments are closed.