କେ.ଏଲ. ରାହୁଲ ଓ ଆଥିଆ ସେଟ୍ଟୀଙ୍କୁ ନେଇ ଚର୍ଚ୍ଚା

ମୁମ୍ବଇ : କ୍ରିକେଟର କେ.ଏଲ. ରାହୁଲ ଓ ବଲିଉଡ୍ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ରାହୁଲ ଓ ଆଥିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଖବର ଆସିଛି। ଏପରରିକି ଦୁହେଁ ପରଷ୍ପରକୁ ଡେଟ୍ କରୁଥିବାକୁ ନେଇ ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ଦୁହିଁଙ୍କ ପ୍ରଥମ ଦେଖା ତାଙ୍କ ବନ୍ଧୁ ଆକାଂକ୍ଷା ରଞ୍ଜନଙ୍କ ଜରିଆରେ ହୋଇଥିଲା । ଏହା ପରେ ଦୁହେଁ ପରସ୍ପର ସହ ସମୟ ବିତାଇବା ଆରମ୍ଭ କରିଥିଲେ । ଅପ୍ରେଲ ମାସରେ ଆକାଂକ୍ଷା କେ.ଏଲ ରାହୁଲ ଏବଂ ଆଥିଆଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଥିଲେ ।

Comments are closed.