ମଇ ପହିଲାରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ ମଇ ପହିଲାରୁ ବନ୍ଦ ରହିବ । ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ରାଜନଗର ବନ୍ୟପ୍ରାଣୀ ଡିଭିଜନ ସୂତ୍ରରୁ ଏହା ଜଣାପଡ଼ିଛି ।
ଖାରପାଣି ବଉଳା କୁମ୍ଭୀର ପ୍ରଜନନ ପାଇଁ ଆସନ୍ତା ୧ ତାରିଖ ବା ମଇ ପହିଲାରୁ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନନର ବିଭିନ୍ନ ନଦୀନାଳରେ ମାଈ ଏବଂ ପୁରୁଷ ପ୍ରଜାତିର ବଉଳା କୁମ୍ଭୀରଙ୍କ ମିଳନ ସମୟରେ ଏବଂ ମାଈ କୁମ୍ଭୀର ଅଣ୍ଡାଦାନ ସମୟରେ ହିଂସ୍ର ହୋଇଯାଉଥିବାରୁ ସେମାନଙ୍କ ପ୍ରାକୃତିକ ଆଚରଣ, ଜୀବନଶୈଳୀ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ବନବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେଣୁ ଏହି ସମୟ ମଧ୍ୟରେ ଭିତରକନିକା ପରିଦର୍ଶନ ପାଇଁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ବନ୍ଦ ବଳବତ୍ତର ରହିବ ।

Leave A Reply