ଆଜି ମାତୃ ଦିବସ

0

କଟକ: ମା’- ଦୁନିଆର ସବୁଠୁ ମଧୁର ଶବ୍ଦ । ପୁଣି ସବୁଠାରୁ ସୁନ୍ଦର। ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ମା’ କୋଳଠାରୁ ଆରାମଦାୟକ, ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ । ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ । ଶାସ୍ତ୍ର ସ୍ୱୀକାର କରିଛି- ପୁତ୍ର ପଛେ କୁପୁତ୍ର ହୋଇପାରେ, ମାତା କୁମାତା ହେବା ଅସମ୍ଭବ। ସବୁଦିନ ତ ମା’ର, ଆଜି କିନ୍ତୁ ମା’ ପାଇଁ ସ୍ୱତନ୍ତ୍ର ଦିନଟିଏ । ମାତୃ ଦିବସ ଅବସରରେ ସଂସାରର ସବୁ ମାଆମାନଙ୍କୁ ଆମର କୋଟି କୋଟି ପ୍ରଣାମ।

Leave A Reply