ଏମକେସିଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ମୋହନା : ଗଜପତି ଜିଲ୍ଲା ମହେନ୍ଦ୍ରଗଡ ପଂଚାୟତ ଅନ୍ତର୍ଗତ ଖମାରି ସାହି ଗ୍ରାମରେ ୨୫ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ସୁଗୁବା ଓ ମହେନ୍ଦ୍ରଗଡ (ଖ) ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ମେହନ୍ଦ୍ରଗଡ (ଖ) ଦଳ ବିଜୟୀ ହୋଇ ମୁଖ୍ୟ ଅତିଥି ମହେନ୍ଦ୍ରଗଡ ସରପଂଚ ବୀର ଭାସ୍କର ପାଇକଙ୍କ ଠାରୁ ଟ୍ରଫି ସହ ୮ ହଜାର ୧ ଟଙ୍କା ଏବଂ ରନର୍ସ ଅପ୍‍ ଦଳକୁ ସିପିଆଇଏମ ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ ଟ୍ରଫି ସହ ୪ ହଜାର ୧ ଟଙ୍କା ପୁରସ୍କୃତ ଦେଇ ସମ୍ମାନିତ କରିଥିଲେ । ମ୍ୟାନ ଅଫ ଦି ସିରିଜ୍ ଏବଂ ମ୍ୟାନ ଅଫ ଦି ମ୍ୟାଚ ଭାବେ କାଳିଆ ପ୍ରଧାନ, ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ରଜତ ବଳିଆରସିଂ ଏବଂ ଶ୍ରେଷ୍ଠ ବୋଲରଭାବେ ଚିନ୍ମୟଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଏମକେସିଜି ଯୁବକ ସଂଘର କର୍ମକର୍ତ୍ତା ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply