କୋରାପୁଟ : ଆଇଇଡି ବିସ୍ଫୋରଣରେ ଯୁବକ ଗୁରୁତର

0

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ରାମଗିରି-ଦାଣ୍ଡବାଡି ରାସ୍ତାର କାଣ୍ଡକିଗୁଡା ନିକଟରେ ଆଇଇଡି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛିି । ତାଙ୍କୁ ବୈପାରୀଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ରାମଗିରିର ଧନଞ୍ଜୟ ପ୍ରଧାନଙ୍କ ପୁଅ ଗୁପ୍ତ ପ୍ରଧାନ(୩୫) ନିଜ ମୋଟର ସାଇକେଲରେ ରାମଗିରିରୁ-ଦାଣ୍ଡବାଡି ଯାଉଥିବା ବେଳେ, ରାସ୍ତା କଡରେ ଏକ ବ୍ୟାଗ୍‍ ପଡ଼ିଥିବା ଦେଖିବାକୁ ପାଇଥିଲା। ସେ ବ୍ୟାଗ ଖୋଲି ଦେଖିବାକୁ ଚେଷ୍ଟା କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟର୍ଗେଟ କରି ଏହି ବିସ୍ଫୋରକ ରଖିଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ ଯେ, କ୍ରମାଗତ ଭାବେ ଗତ କିିଛିଦିନ ଧରି ଦଣ୍ଡାବାଡ଼ି ଅଞ୍ଚଳରେ ମାଓ ଗତିବିଧି ବୃଦ୍ଧି ପାଇବା ସହ ପ୍ରତିଦିନ ଜିଲ୍ଲା ପୁଲିସ୍‍, ପ୍ରଶାସନ ବିରୋଧରେ ପୋଷ୍ଟରମାନ ଦେଖିବାକୁ ମିଳୁଛି।

Leave A Reply