ବିଦ୍ୟୁତ ତାର ସଂସ୍ପର୍ଶରେ ଅାସି ବସ୍ ଡ୍ରାଇଭର ଓ କଣ୍ଡକ୍ଟରର ମୃତ୍ୟୁ

0

ଜୟପୁର : କୋରାପୁଟର  ଜୟପୁର ନିକଟସ୍ଥ ନୂଆପୁଟ ଗାଁକୁ ଵରଯାତ୍ରୀ ଆଣିବା ଲାଗି ଯାଉଥିବା ଏକ ଘରୋଇ ଵସ ରାସ୍ତାରେ ଓହଳି ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ରାସ୍ତାରେ ଓହଳି ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଅସି ଗାଡିଟି ଚାର୍ଜ ହୋଇଯାଇଥିଲା ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଡ଼ମ୍ବୁଋ ଜାନୀ ଓ କଣ୍ଡକ୍ଟର ଟୁନା ପାଢ଼ୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply