ମହିଳାଙ୍କୁ ଗୁଳିମାଡ଼

0

ପୁରୀ : ପୁରୀ ଗୋଖାସାହିରେ ପୂର୍ବତନ ପୌର ସଦସ୍ୟା ସତ୍ୟଭାମା ବେହେରାଙ୍କୁ ଶନିବାର ରାତିରେ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ସଦର ହାସପାତାଳରେ ଭର୍ତ୍ତି କରାଯାଇଛି। ଗୋଟିଏ ଗୁଳି ସତ୍ୟଭାମାଙ୍କ ପେଟରେ ବାଜିଥିବା ବେଳେ ଅନ୍ୟଟି ଗୋଡରେ ବାଜିଥିବା ପୁଲିସ ସୂଚନା ଦେଇଛି।
ରାତି ପ୍ରାୟ ସାଢେ ୮ଟା ବେଳେ ସତ୍ୟଭାମା ଦୋକାନ ସମ୍ମୁଖରେ ଛିଡା ହୋଇଥିଲେ। ୩ଜଣ ଯୁବକ ଏକ ବାଇକରେ ସେଠାରେ ପହଞ୍ଚି ତାଙ୍କ ଉପରକୁ ୩ରାଉଣ୍ଡ ଗୁଳି କରିଥିଲେ। ୨ଟି ତାଙ୍କ ଦେହରେ ବାଜିଥିବା ବେଳେ ଆଉ ଗୋଟିଏ ଘର କାନ୍ଥରେ ବାଜିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବାସେଳୀସାହି ଥାନା ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳି କରିଥିବା ୩ ଯୁବକଙ୍କୁ ପୁଲିସ ଚିହ୍ନଟ କରିଛି। ଏହି ଘଟଣାକୁ କେନ୍ଦ୍ରକରି ଗୋଖାସାହିରେ ଉତ୍ତେଜନା ପ୍ରକାଶ ପାଇଛି। ୨ଗୋଷ୍ଠୀ ଛକାପଞ୍ଚା ହୋଇ ରହିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply