ଭୋଟଦେଲେ କିନ୍ନର

ଭୁବନେଶ୍ୱର : ଗଣତନ୍ତ୍ରର ମହାପର୍ବରେ ସମାଜର ସବୁ ବର୍ଗର ଲୋକମାନେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୭୦ ଜଣ କିନ୍ନର ମତଦାନ କରିଛନ୍ତି।
ବାଣୀବିହାର କିନ୍ନର ବସ୍ତିରେ ରହୁଥିବା ମାଧୁରି କିନ୍ନରଙ୍କ କହିବା ଅନୁସାରେ ଏହି ପ୍ରକିୟା ଦ୍ୱାରା ସମାଜ ଆମକୁ ସମ୍ମାନ ପ୍ରଦାନ କରୁଛି। ଆମେ ତୃତୀୟଲିଙ୍ଗି ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ଭୋଟ ଦେବା ପାଇଁ ଆସି ଖୁସି ମନେକରୁଛୁ।
ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ କିନ୍ନରଙ୍କ ଉପସ୍ଥିତିକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। କିନ୍ନର ମୀରା ପରିଡା ବିଜେଡିରେ ସାମିଲ ହୋଇଥିବାବେଳେ ମେନକା ଭାରତୀୟ ଜନତା ପାର୍ଟିରୁ ଭୁବନେଶ୍ୱର ଉପାଧ୍ୟକ୍ଷ ପଦବୀରେ ରହିଛନ୍ତି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିହାରରେ ୭୦% କିନ୍ନର ମତଦାନ କରିଥିଲେ।

Comments are closed.