ମୌନି ଅମାବାସ୍ୟା ;କିନ୍ନର ଆଖଡାର ଶାହି ସ୍ନାନ ପୂର୍ବ ଭାରତର କିନ୍ନର

0

ଭୁବନେଶ୍ୱର : ମୌନି ଅମାବାସ୍ୟା ଅବସରରେ କୁମ୍ଭମେଳାରେ ପାଖାପାଖି ୩କୋଟି ଭକ୍ତ ପବିତ୍ର ଗଙ୍ଗାରେ ବୁଡ ପକାଇଛନ୍ତି। ସୋମବାର ହେଉଥିବାରୁ ଏହାକୁ ସୋମବତୀ ଅମାବାସ୍ୟା ବି କୁହାଯାଏ। ଏଥିରେ କିନ୍ନର ଆଖାଡାର କର୍ମକର୍ତ୍ତା ଓ ସଦସ୍ୟମାନେ ପବିତ୍ର ପ୍ରୟାଗରାଜରେ ଶାହୀ ସ୍ନାନ କରିଥିଲେ । ଏଥିରେ ପୂର୍ବ ଭାରତର କିନ୍ନର ସମାଜର ଅନେକ ସଦସ୍ୟ ସାମିଲ ହୋଇଥିଲେ ।  ଆସ୍ଥାର ଏହି ମହାକୁମ୍ଭରେ ପୂର୍ବ ଭାରତର ମହାମଣ୍ଡଳେଶ୍ୱର ମୀରା ପରିଡାଙ୍କ ନେତୃତ୍ୱରେ ଅନେକ କିନ୍ନର ଓ ଭକ୍ତ ଶାହୀ ସ୍ନାନ କରିଥିବା ଜଣାପଡିଛି। ଓଡ଼ିଶାର ସଂସ୍କୃତି ପଦର୍ଶନ କରିବା ପାଇଁ ମୀରା ଏକ ରଥରେ ବସି ଶାହି ସ୍ନାନ କରିବାକୁ ବାହାରିଥିଲେ। ଓଡ଼ିଶାରୁ ୨୫ ଜଣ କିନ୍ନର କୁମ୍ଭମେଳାର ଏହି ଶାହି ସ୍ନାନରେ ଯୋଗ ଦେଇଛନ୍ତି। ସମସ୍ତ ଭକ୍ତ କିନ୍ନର ଆଖଡାଙ୍କ ଆର୍ଶୀବାଦ ନେବା ପାଇଁ ଭିଡ ଜମାଇଥିଲେ।
ବିଶ୍ୱାସ ରହିଛି ଯେ ମୌନି ଅମାବାସ୍ୟାରେ ପାବନ ଗଙ୍ଗା-ଯମୁନା ସଙ୍ଗମରେ ଦେବାତା ବାସ କରିଥାନ୍ତି। କୁମ୍ଭମେଳା ଯୋଗୁଁ ଏହି ଅମାବାସ୍ୟାର ମହତ୍ୱ ବଢିଯାଏ।
ଚଳିତ ବର୍ଷ କୁମ୍ଭମେଳା ବହୁ କାରଣରୁ ଚର୍ଚ୍ଚାରେ ରହିଛି। ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ କିନ୍ନର ଆଖଡା ମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ ଯେ କିନ୍ନର ଆଖଡାକୁ ଭାରତୀୟ ଆଖଡା ପରିଷଦ ତରଫରୁ ମାନ୍ୟତା ମିଳିନାହିଁ। କୁମ୍ଭମେଳାରେ ଜୁନା ଆଖଡା ସବୁଠାରୁ ବଡ ଆଖଡା ବୋଲି ଜଣାପଡିଛି।


ସେହିପରି ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ତ୍ରୀପାଠୀଙ୍କ ଯାତ୍ରା ଦେଖିବା ପାଇଁ ପ୍ରୟାଗରାଜ ସଡକ ଭିଡ ଜମିଥିଲା। କୁମ୍ଭମେଳାରେ ଯୋଗ ଦେଇଥିବା ଭୁବନେଶ୍ୱରର ସାଧନା କିନ୍ନରଙ୍କ କହିବା ଅନୁସାରେ ପ୍ରଥମ ଥର ପାଇଁ କୁମ୍ଭରେ କିନ୍ନର ଆଖଡା ଯୋଗ ଦେଇଛି। ଯାହାକୁ ନେଇ ସମସ୍ତ କିନ୍ନରଙ୍କ ମଧ୍ୟରେ ଉତ୍ସାହ ରହିଛି। ମୀରା ପରିଡାଙ୍କ କହିବା ଅନୁସାରେ କିନ୍ନର ସମୁଦାୟର ପତନ ସନାତନ ଧର୍ମ ଦ୍ୱାରା ହୋଇଥିଲା। ତାପରେ ତାଙ୍କ ସୁଦ୍ଧିକରଣ କିଏ ବି କରି ନଥିବା ସେ କହିଛନ୍ତି। ସେହିପରି ଲକ୍ଷ୍ମୀ ତ୍ରିପାଠୀଙ୍କ କହିବା ଅନୁସାରେ ସମାଜରେ କିନ୍ନରଙ୍କୁ ସମ୍ମାନ ପ୍ରଦାନ ପାଇଁ ଧର୍ମ ହିଁ ଏକମାତ୍ର ମାଧ୍ୟମ। ଅନ୍ୟ ଆଖଡା ମାନଙ୍କ ତୁଳନାରେ କିନ୍ନର ଆଖଡାକୁ ଜୁନା ଆଖଡା ସମ୍ମାନ ଆଦର କରୁଥିବା ଲକ୍ଷ୍ମୀ କହିଛନ୍ତି। କିନ୍ନର ଆଖଡାର ଏହି ଶାହି ସ୍ନାନରେ ସ୍ୱିଟି କିନ୍ନର, ମିଠି କିନ୍ନର, ସୋନି କିନ୍ନର ଆଦି ଯୋଗ ଦେଇଥିଲେ।

Leave A Reply