ଚୌଦ୍ବାରରୁ ୧୦ ଫୁଟର ଅହିରାଜ ସାପ ଉଦ୍ଧାର

0
218

କଟକ : ଚୌଦ୍ବାର ମଙ୍ଗରାଜପୁର ଅଞ୍ଚଳରୁ ୧୦ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ସାପଟି ମଙ୍ଗରାଜପୁର ଠାରେ ଜଣଙ୍କ ଘରେ ପଶୀ ଯାଇଥିଲା। ପରିବାର ସଦସ୍ୟ ଅହିରାଜ ସାପଟିକୁ ଦେଖି ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ହେଲପ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲପ ଲାଇନ ସଦସ୍ୟଙ୍କ ନାକେଦମ ହେବାକୁ ପଡିଥିଲା। ସାପଟିକୁ ଉଦ୍ଧାର କରିବା ପରେ ଡମଡମଣି ଜଙ୍ଗଲରେ ଛାଡି ଦିଆଯାଇଛି।