ବସରୁ ଓହ୍ଲାଇ ୧୪ ଯାତ୍ରୀଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ପାକିସ୍ତାନର ବେଲୁଚିସ୍ତାନଠାରେ ଗୁରୁବାର ଏକ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଗୁଳି ମାରି ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଏଥିରେ ପ୍ରାୟ ୧୪ ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ବସଟି ଓରମାରରୁ କରାଚିର ଉପକୂଳବର୍ତ୍ତୀ ସହର ମେଗାସିଟି ଯାଉଥିବା ବେଳେ ମକ୍ରାନ୍ ନିକଟରେ ୧୫ରୁ ୨୦ ଯବାନ ପୋଷାକ ପିନ୍ଧିଥିବା ଆତଙ୍କବାଦୀ ବସକୁ ଅଟକାଇଥିଲେ । ବସରେ ଥିବା ୧୬ ଜଣ ଯାତ୍ରୀଙ୍କୁ ପରିଚୟ ପତ୍ର ମାଗିବା ପରେ ସେମାନଙ୍କୁ ବସରୁ ଓହ୍ଲାଇ ଦେଇଥିଲେ । ପରେ ସେମାନଙ୍କ ଉପରକୁ ଅର୍ତକିତ ଗୁଳି ମାଡ କରିଥିଲେ । ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ । ଗୁଳିକାଣ୍ଡ ଓ ଯାତ୍ରୀଙ୍କ ମୃତ୍ୟୁ ନେଇ ପାକିସ୍ତାନ ପ୍ରଦେଶିକ ଗୃହ ସଚିବ ହେଦର ଅଲ୍ଲି ସୂଚନା ଦେଇଛନ୍ତି ।

 

Comments are closed.