ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ବାହାରିନ୍ ଗସ୍ତ

ବାହାରିନ୍(ଦୀପକ ସାହୁ) : ନିକଟରେ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଟାତା ତଥା ସାଂସଦ ଡ଼କ୍ଟର ଅଚ୍ୟୁତ ସାମନ୍ତ, ବାହାରିନ୍ ରାଜାଙ୍କ ରାଜକୀୟ ନିମନ୍ତ୍ରଣ ରକ୍ଷାକରି ଦୁଇଦିନିଆ ଗସ୍ତରେ ବାହାରିନ୍ ଯାଇଥିଲେ । ଚଳିତ ବର୍ଷ ବାହାରିନ୍ ର ପ୍ରସିଦ୍ଧ ଇଷା ପୁରସ୍କାର ସମାରୋହରେ ଯୋଗଦାନ କରିବାପାଇଁ ନିମନ୍ତ୍ରଣ ପାଇ ସେଥିରେ ଯୋଗଦେବାକୁ ବାହାରିନ୍ ଯାଇଥିଲେ ଡ଼ଃ.ସାମନ୍ତ । ୨୦୧୫ ମସିହାରେ ଡ଼ଃ ସାମନ୍ତଙ୍କୁ ବାହାରିନ୍ ସରକାର ଇଷା ପୁରସ୍କାର ରେ ସମ୍ମାନୀତ କରିଥିଲେ।

ଏହି ଦୁଇ ଦିନିଆ ଗସ୍ତରେ ଡ଼ଃ ସାମନ୍ତ, ବାହାରିନ୍ ଓଡ଼ିଆ ସମାଜର ଅନୁରୋଧ କ୍ରମେ ଏକ ସ୍ୱତନ୍ତ୍ର ଉତ୍ସବ ରେ ସେମାନଙ୍କୁ ସାକ୍ଷାତ କରିଥିଲେ ଓ ବାହାରିନ୍ ଓଡ଼ିଆ ସମାଜର ସଭାପତି ଶ୍ରୀ ମହେଶ ପ୍ରସାଦ ଦାଶ ସମାଜର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପରେ ଡ଼ଃ ସାମନ୍ତ ଏକ ଗରିବ ପରିବାରରେ ଜନ୍ମ ହୋଇ ମଧ୍ୟ କିପରି ନିଜର କଠିନ ଅଧ୍ୟବସାୟ ଓ ଆତ୍ମ ସଂଯମତା ଯୋଗୁ ସଫଳତାର ଚରମ ସୋପାନରେ ପହଞ୍ଚି ପାରିଛନ୍ତି ଓ ହଜାର ହଜାର ଗରିବ ଆଦିବାସୀ ପିଲାମାନଙ୍କ ମୁଖଁରେ ହସ ଫୁଟାଇ ପରିବାରେ ସକ୍ଷମ ହେଇପାରିଛନ୍ତି ସେ ବିଷୟରେ ସମସ୍ତ ଓଡ଼ିଆ ବାସୀଙ୍କ ସହ ନିଜ ଅନୁଭୂତି ବଖାଣି ଥିଲେ । ଡ଼ଃ ସାମନ୍ତଙ୍କର ଚମତ୍କାର ଓ ଚୁମ୍ବକୀୟ ବ୍ୟକ୍ତିତ୍ୱ ସମସ୍ତ ଓଡ଼ିଆ ବାସୀଙ୍କୁ ଅତ୍ୟନ୍ତ ଆକର୍ଷିତ କରିଥିଲା ଓ ବାହାରିନ୍ ଓଡ଼ିଆ ସମାଜର ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ମହାନ୍ତି ଉତ୍ସବ ଶେଷରେ ସମସ୍ତ ଉପସ୍ଥିତ ସଦସ୍ୟ ଓ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.