ବାଇକ ଦୁର୍ଘଟଣାରେ ଚାଳକ ମୃତ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍ଗାଧୁଆ ନିକଟରେ ଏକ ବାଇକ ଗଛରେ ପିଟି ହେବା ଫଳରେ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣଙ୍କ ଉଦଳା ଥାନା ସିମଳାବନ୍ଧ ନିକଟ ଡାହିସାହିର ବୁଢଣ ହେମ୍ବ୍ରମଙ୍କ ପୁଅ ଚରଣ(୩୦)।

ସୂଚନା ମୁତାବକ, ଚରଣ ମଙ୍ଗଳବାର ଅପରାହ୍ଣରେ ଖୁଣ୍ଟା ଥାନା ଅନ୍ତର୍ଗତ ଟୁଙ୍ଗାଧୁଆ ବନ୍ଧୁ ଘରୁ ଫେରିବା ସମୟରେ ଟୁଙ୍ଗାଧୁଆ ଜଙ୍ଗଲ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ପୁଲିସ ଅଗ୍ନିଶମ ବିଭାଗ ସହାୟାତରେ ଆହତ ଚରଣଙ୍କୁ ଉଦ୍ଧାର କରି ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରୁ ଚରଣଙ୍କୁ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟକୁ ପଠା ଯାଇଥିଲା। ସେହି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଚରଣ ମୃତ୍ୟୁ ବରଣ କରିଥିବା ବେଳେ ବୁଧବାର ତାଙ୍କର ମୃତ ଦେହ ବାରିପଦାରେ ବ୍ୟବଚ୍ଛେଦ କରାଯାଇଥିଲା। ଏନେଇ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Leave A Reply