ନାବାଳିକାକୁ ବଳାତ୍କାର ଅଭିଯୋଗରେ ଜଣେ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ ଜନୈକା ନାବାଳିକା ଛାତ୍ରୀଙ୍କ ପ୍ରତି ବଳାତ୍କାର ହୋଇଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛି ବଡସାହି ଥାନା ଅନ୍ତର୍ଗତ ଓଲଡିହିର ବାଗଦା ମୁର୍ମୁଙ୍କ ପୁଅ ସାଇରାମ। ଅଭିଯୋଗରୁ ପ୍ରକାଶ ଯେ, ଅଷ୍ଟମ ଶ୍ରେଣୀରେ ପଢୁଥିବା ପୀଡିତା ଛାତ୍ରୀ ଖୁଣ୍ଟା ଥାନା ଅଧୀନସ୍ଥ ନିଜ ଗ୍ରାମର ପଡୋଶୀ ପଞ୍ଚାୟତରେ ଥିବା ମାମୁଁ ଘରେ ରହି ସେଠାକାର ସ୍କୁଲରେ ଅଧ୍ୟୟନ କରୁଛନ୍ତି। ଗତ ୨୧ ତାରିଖ ଦିନ ଛାତ୍ରୀ ଜଣଙ୍କ ଟିଉସନ ଯାଉଥିବା ବେଳେ ସାଇରାମ ଛାତ୍ରୀଙ୍କ ପ୍ରତି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରିବା ସହ ଶୁକ୍ରବାର ସାଇରାମକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।

Comments are closed.