ନଡାଛପର ଘରକୁ କାଳ ହେଲା ଝଡବତାସ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ସାନଖୁଣ୍ଟା ଗ୍ରାମ ପଞ୍ଚାୟତ ବଡଖୁଣ୍ଟା ଗ୍ରାମର ରେଣୁବାଳା ବାରିକଙ୍କ ନଡାଛପର ଘର ରବିବାର ଝଡବତାସରେ କ୍ଷତିଗ୍ରସ୍ତ ହୋଇଛି। ରବିବାର ସନ୍ଧ୍ୟାରେ ପ୍ରବଳ ବେଗରେ ପବନ ବହିବା ସହିତ ଧୂଳି ଝଡ ସୃଷ୍ଟି ହୋଇଥିଲା। ରେଣୁବାଳାଙ୍କ ମାଟି ଘରର ଛପର ଭାଙ୍ଗିପଡିଥିବା ବେଳେ ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ଗୋପବନ୍ଧୁ ନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଝଡ ବତାସ ଯୋଗୁ ରବିବାର ଖୁଣ୍ଟା ସାପ୍ତାହିକ ହାଟରେ ଗ୍ରାହକ ଓ ଦୋକାନୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ଖୁଣ୍ଟା ବ୍ଲକର ବଡପଥର ପଞ୍ଚାୟତରେ କେତେକ ଘର କ୍ଷତିଗ୍ରସ୍ତ ହୋଇଥିବା ସମ୍ପୃକ୍ତ ରାଜସ୍ୱ ନୀରିକ୍ଷକ ଖୁଣ୍ଟା ତହସିଲଦାରଙ୍କୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ଆକଳନ କରାଯାଇନଥିବା ଜଣାପଡିଛି।

Leave A Reply