ଡମ୍ପର ଜବତ ; ପଥର ଚୋରା ଚାଲାଣ ଅଭିଯୋଗ

0

ଖୁଣ୍ଟା : ପଥର ଚୋରା ଚାଲାଣ କରୁଥିବା ଏକ ଡମ୍ପରକୁ ଖୁଣ୍ଟା ତହସିଲ ପକ୍ଷରୁ ଜବତ କରାଯାଇଛି। ବୁଧବାର ପୂର୍ବାହ୍ନରେ ଉଦଳା ଦିଗରେ ଯାଉଥିବା ଏକ ପଥର ବୋଝେଇ ଡମ୍ପରକୁ ଖୁଣ୍ଟା ଛକ ପୂର୍ବରୁ ତହସିଲଦାର ପ୍ରିୟଦର୍ଶିନୀ ମଲିକଙ୍କ ନିର୍ଦେଶରେ ଯାଞ୍ଚ କରାଯାଇଥିଲା। ତେବେ ପଥର ଚାଲାଣ ସମ୍ବନ୍ଧୀୟ କୌଣସି କାଗଜ ପତ୍ର ନଥିବାରୁ ଡମ୍ପରକୁ ଜବତ କରାଯାଇ ଖୁଣ୍ଟା ଥାନା ପରିସରରେ ରଖା ଯାଇଛି। ଡମ୍ପରଟି କେଉଁ ଅଞ୍ଚଳରୁ ପଥର ବୋଝେଇ କଲା ଓ ନିର୍ଦିଷ୍ଟ ଭାବେ କେଉଁଠିକି ପରିବହନ କରୁଥିଲା ସେ ନେଇ ବିଭାଗୀୟ ଅଧିକାରୀ ମାନେ ନିର୍ଦ୍ଦିଷ୍ଟ ଭାବେ କିଛି କହି ପାରୁନଥିବା ବେଳେ ଶିମିଳିପାଳ ସଂଲଗ୍ନ ଅଞ୍ଚଳ ସମେତ ଖୁଣ୍ଟା ତହସିଲ ଅଧିନରେ ବେଆଇନ ଘୋଷଣା କରାଯାଇଥିବା ପଥର ଖାଦାନ ଗୁଡିକ ମଧ୍ୟରୁ ଅନେକ ସକ୍ରିୟ ଥିବା ଖାଦାନ ମାନଙ୍କରୁ ବିଭିନ୍ନ ବାଟରେ ପଥର ସବୁ ଚୋରା ଚାଲାଣ କରାଯାଉଥିବା ଆଲୋଚନା ହେଉଛି। ଦିନ ରାତି ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯିବାକୁ ସାଧାରଣରେ ଦାବି ହେଉଛି।

Leave A Reply