‘ନେତାଙ୍କୁ ଗାଁ ମନା’ ଡାକରା ଦେଲା ନବନିର୍ମାଣ କୃଷକ ସଂଗଠନ

0

ଖୁଣ୍ଟା : ଚାଷୀ ମାନଙ୍କୁ ଭୁବନେଶ୍ୱରେ ପ୍ରବେଶ କରିବାକୁ ଦେଇ ନଥିବା ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଜବାବରେ ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବାହାନଡା ପଡିଆରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସରକାରଙ୍କ ପ୍ରତି ନିଜର ତୀବ୍ର ଆଭିମୁଖ୍ୟ ପ୍ରାକାଶ କରିଛି। ଚାଷୀଙ୍କୁ ରାଜଧାନୀ ମନା ତ ନେତାଙ୍କୁ ଗାଁ ମନା ଡାକରା ଦେଇଛି ଉକ୍ତ କୃଷକ ସଂଗଠନ। ଆଗାମୀ ନିର୍ବାଚନ ସମୟରେ ନେତା ମାନଙ୍କୁ ଯେସାକୁତେସା ନୀତିରେ ଗାଁକୁ ପୁରାଇ ଦିଆଯିବନାହିଁ ବୋଲି ଶୁକ୍ରବାର ଖୁଣ୍ଟା ବ୍ଲକ ବାହାନଡା ପଡିଆରେ ଆୟୋଜିତ କୃଷକ ସମାବେଶରେ ସଂଗଠନ ଡାକରା ଦେଇଛି। ସମାବେଶରେ ମୁଖ୍ୟ ଅତିଥି ଭାବେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ ନିଜର ଦାବି ହାସଲ ସକାଶେ କୃଷକ ମାନଙ୍କୁ ଆହ୍ୱାନ ଦେଇଥିଲେ। ସୂଚନା ଯୋଗ୍ୟ ଯେ, କୃଷିଜାତ ପଦାର୍ଥର ଉପଯୁକ୍ତ ସହାୟକ ମୂଲ୍ୟ, କୃଷକ ମାନଙ୍କୁ ସମ୍ମାନ ଓ ଭତ୍ତା ପାଇଁ ନବନିର୍ମାଣ କୃଷକ ସଂଗଠନ ଦାବି କରିଆସୁଛନ୍ତି। ସଂଗଠନର ଗୋପବନ୍ଧୁ ନଗର ବ୍ଲକ ସଂଯୋଜକ କମଳାକାନ୍ତ ମହାକୁଡଙ୍କ ଅଧ୍ୟକ୍ଷତାରେ ଏହି ସମାବେଶ ଅନୁଷ୍ଠିିତ ହୋଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୁରୀ ଜିଲା ସଂଯୋଜକ ଚିନ୍ମୟ ଦାଶ, ବାହାନଡା ସରପଞ୍ଚ ଧନେଶ୍ୱର ଟୁଡୁ, ଖୁଣ୍ଟା ବ୍ଲକ ସଂଯୋଜକ ଶକ୍ତିପଦ ପାତ୍ର ଉପସ୍ଥିତ ଥିଲେ।

Leave A Reply