ଛଟ୍‍ ପୂଜା ସ୍ପେଶାଲ୍‍ ; ଗୁଡ଼ ଖିରୀ

ଆବଶ୍ୟକ ସାମଗ୍ରୀ
ଚାଉଳ – ଆବଶ୍ୟକ ପରିମାଣରେ
ଗୁଡ଼ – ୧୦୦ ଗ୍ରାମ
ଖିର – ଆବଶ୍ୟକ ପରିମାଣରେ
ମିଲ୍କ ମେଡ଼ – ଆବଶ୍ୟକ ପରିମାଣରେ
ବାଦାମ – ୮ ରୁ ୧୦ଟି
କାଜୁ – ୮ ରୁ ୧୦ଟି
କିସମିସ – ଅଳ୍ପ
ଗୁଜୁରାତି – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳକୁ ୨ ଘଣ୍ଟା ବତୁରାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଫୁଟା ଖିରକୁ ରଖନ୍ତୁ। ଖୁଆକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ରକ ବସାଇ ଖିର ଫୁଟାନ୍ତୁ। ଖିର ଫୁଟିବା ପରେ ଏଥିରେ ବତୁରାଇଥିବା ଚାଉଳକୁ ପକାନ୍ତୁ। ଚାଉଳ ପକାଇବା ପରେ କିଛି ସମୟ ଗୋଳାନ୍ତୁ। ଏବେ ଗ୍ୟାସରେ ଅନ୍ୟ ଏକ ପାତ୍ର ବସାଇ ଏକ କପ ପାଣିରେ ଗୁଡ଼ ପକାଇ ଗୋଳାନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ହେଉଥିବା ଖିରୀରେ କାଜୁ, ବାଦାମ, କିସମିସ, ଗୁଜୁରାତି ଗୁଣ୍ଡ ପକାଇ ଗୋଳାନ୍ତୁ। ଖିରୀ ପ୍ରସ୍ତୁତ ହେବା ପରେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏଥିରେ ପ୍ରସ୍ତୁତ ଗୁଡ଼ ମିଶ୍ରଣକୁ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଗୁଡ଼ ଖିରୀ।

Comments are closed.