ଓଡ଼ିଆ ଘରର ସୁଆଦିଆ ଖିରୀ

ଆବଶ୍ୟକ ସାମଗ୍ରୀ
ବାସୁମତୀ ଚାଉଳ – ୧କପ
କ୍ଷୀର – ଆବଶ୍ୟକ ପରିମାଣରେ
ଘିଅ – ୪ଚାମଚ
ଚିନି – ୧କପ
ଗୋଲାପ ଜଳ – ୨ ଚାମଚ
କେସର – ଅଳ୍ପ
ଗୁଜୁରାତି ଗୁଣ୍ଡ – ଅଳ୍ପ
ଘିଅରେ ଭଜା ହୋଇଥିବା କାଜୁ – ୬ ରୁ ୭
ମିଲ୍କ ମେଡ଼ – ୨ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଚିନି ପକାଇ ଭାଜନ୍ତୁ। ଚିନି ଭାଜିବା ପରେ ରଖିଥିବା ଚାଉଳ ପକାଇ ୧ ମିନିଟ ଭାଜନ୍ତୁ। ଭାଜିବା ପରେ ୨କପ ପାଣି ଦେଇ କୁକର ବନ୍ଦ କରି କିଛି ସମୟ ଗ୍ୟାସରେ ବସାନ୍ତୁ। ଚାଉଳ ଭଲ ଭାବେ ସିଜିବା ପରେ କ୍ଷୀର ପକାଇ ଧିମା ଆଞ୍ଚରେ କିଛି ସମୟ ବସାନ୍ତୁ। ୨ ଚାମଚ ଉଷୁମ କ୍ଷୀରରେ କେସର ପକାଇ ଭିଜାଇ ରଖନ୍ତୁ। ଏବେ ପ୍ରସ୍ତୁତ ହେଉଥିବା ଖିରୀରେ ମିଲ୍କ ମେଡ଼, ଭିଜା ହୋଇଥିବା କେସର ,ଗୋଲାପ ଜଳ, ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ଗ୍ୟାସରେ ବସାଇବା ପରେ ଏକ ପାତ୍ରକୁ କାଢି ଏଥିରେ କାଜୁ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଓଡ଼ିଆ ଘରର ସୁଆଦିଆ ଖିରୀ।

Comments are closed.