ବୁଧବାର ଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଖରା ଛୁଟି

0

କଟକ: ବୁଧବାର ଠାରୁ ସମସ୍ତ ବିଦ୍ୟାଳୟରେ ରାଜ୍ୟ ସରକାର ଖରା ଛୁଟି ଘୋଷଣା କରିଛନ୍ତି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦେଖା ଦେଇଥିବାରୁ ଖରା ଛୁଟି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖରା ଛୁଟି ନେଇ ଘୋଷଣା କରାଯାଇଛି । ଖରା ପାଇଁ ସକାଳୁଆ ବିଦ୍ୟାଳୟ ଖୋଲାଯାଉଥିଲା । ମେ ୪ ତାରିଖରେ ଖରା ଛୁଟି ହେବାକୁ ଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗୁଆ ଛୁଟି କରାଯାଇଛି ।

ତେବେ  ଏହି ଘୋଷଣାକୁ ନେଇ  ସମନ୍ୱୟର ଅଭାବ ପରିଲକ୍ଷିତ ହୋଇଥିଲା ।ଅପରାହ୍ନରେ କେତକ ଟିଭି ଗଣମାଧ୍ୟମରେ ବୁଧବାରରେ ଛୁଟି ନେଇ ଖବର ପ୍ରସାରିତ ହେବାପରେ , ଗଣ ଶିକ୍ଷା ବିଭାଗ ପକ୍ଷରୁ ଏପରି କୌଣସି ଘୋଷଣା ହୋଇ ନଥିବା ସ୍ପଷ୍ଟି କରଣ ଦିଆଯାଇଥିଲା । ଏପରି ଖବରରେ ଅଭିଭାବକମାନେ ଚିନ୍ତାରେ ପଡିଥିଲେ । ମାତ୍ର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟମାନଙ୍କରେ ବୁଧବାରଠାରୁ ଖରାଛୁଟି ନେଇ ଘୋଷଣା କରାଯାଇଥିଲା ।

Leave A Reply