ଜିଲା ଶିକ୍ଷା ଅଧିକାରୀ ଓ ଡିପିସିଙ୍କୁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

0

କେସିଙ୍ଗା : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକର ଲଟକାବାହାଲି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଘର ବିପଦଶଙ୍କୁଳ ଅବସ୍ଥାରେ ରହିଛି । ୨ ବର୍ଷ ହେଲା ଛାତ୍ରଛାତ୍ରୀ ମାନେ ଗ୍ରାମର ରାସ୍ତାରେ ପାଠପଢୁଥିବା ଖବରପାଇ ଆଜି କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ , ସର୍ବ ଶିକ୍ଷା ଅଭିଯାନ ଡିପିସି ସମାଧାନ ପାଇଁ ଘଟଣା ସ୍ଥଳକୁ ଯାଇଥିଲେ ।

ଗ୍ରାମବାସୀ ମାନେ ଚତୁରତା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଡିପିସିଙ୍କୁ ଉକ୍ତ ବିପଦଶଙ୍କୁଳ ସ୍କୁଲ ଘରେ ତାଲା ପକାଇ ଦେଇଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିବା ପରେ ତାଲା ଖୋଲି ଅଧିକାରି ମାନଙ୍କୁ ଉଧାର କରିଥିଲେ ।

Leave A Reply