ବର୍ଷାର ତାଣ୍ଡବ; କେରଳରେ ୪ ଓ ଜାମ୍ମୁରେ ୭ ମୃତ

0

ନୂଆଦିଲ୍ଲୀ: ବାଦଲ ଫଟା ବର୍ଷା ଯୋଗୁଁ ଗୁଜୁରାଟ ଓ ମହାରାଷ୍ଟ୍ରର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ପାଣି ପସି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଫଳରେ କେରଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କେରଳର କୋଝିକୋଟରେ ଦୁଇ ଜଣ ଓ ଅଲାପୁଜାରେ ଜଣେ ଏବଂ କନ୍ନୁର ଅଞ୍ଚଳର ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ସେହିପରି ଜାମ୍ମୁ-କାଶ୍ମୀରର ରିୟାସୀ ଜିଲାରେ ରବିବାର ସିଆଡ ବାବା ଜଳପ୍ରପାତରେ ଏକ ବଡ ଧରଣର ଅଘଟଣ ଘଟିଥିଲା। ଅତଡା ଖସି ୭ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩୦ ଜଣ ଆହତ ​‌ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ରବିବାର ଦିନ ଏହି ଜଳପ୍ରପାତରେ ବହୁତ ସଂଖ୍ୟାର ଲୋକ ସ୍ନାନ କରିବା ପାଇଁ ଏଠାକୁ ଆସିଥିଲେ। ମୃତକ ଓ ଆହତଙ୍କ ମଧ୍ୟରୁ ଅଧିକାଂଶ ଜାମ୍ମୁ ଜିଲାର ବୋଲି ଜଣାପଡିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଜୁରାଟ,ମହାରାଷ୍ଟ୍ରର,ଗୋଆ ଓ ଛତିଶଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।

Leave A Reply