କୁକୁର କାମୁଡାରେ ହରିଣର ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ନୂଆଖମଣ ଢିପାସାହି ପଡିଆରେ ସୋମବାର କୁକୁର କାମୁଡ଼ାରେ ହରିଣର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ନୂଆଖମଣ ଢିପାସାହି ପଡିଆରେ ସୋମବାର ସ୍ଥାନୀୟ ଲୋକେ ଏକ ମୃତ ହରିଣକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ଖୂରେଇଟାଙ୍ଗିର ବନପାଳ ଅମୁଲ୍ୟ କୁମାର ସେନାପତି ଓ ରାଜନଗର ବନରକ୍ଷୀ ତ୍ରିନାଥ ଜେନା ଘଟଣା ସ୍ଥଳକୁ ଯାଇ ମୃତ ହରିଣକୁ ଉଦ୍ଧାର କରି ପାଟଣା ରେଞ୍ଜ ଅଫିସକୁ ଆଣିବା ପରେ ବଡବିଲ ପ୍ରାଣୀ ଚିକିତ୍ସକ ମୀନକେତନ ପଣ୍ଡା ମୃତ ହରିଣର ଶବ ବ୍ୟବଚ୍ଛେଦ କରିଥିଲେ । ହରିଣଟିର ବୟସ ଦେଢ ବର୍ଷ ରୁ ଦୁଇ ବର୍ଷ ଭିତରେ କୁହାଯାଉଥିବା ବେଳେ ହରିଣଟି ଅଣ୍ଡିରା ବୋଲି ଜଣାପଡିଛି । ହରିଣଟିର ଡାହାଣ ଜଙ୍ଘରେ କୁକୁର କାମୁଡା ଚିହ୍ନ ରହିଥିବା ବେଳେ ହରିଣର ଶବ ବ୍ୟବଚ୍ଛେଦ ପରେ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି ।

Comments are closed.