କହ୍ନେୟାଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରୋକ

0

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ପୂର୍ବତନ ଛାତ୍ର କହ୍ନେୟା କୁମାରଙ୍କ ଉପରେ ଲାଗୁ କରିଥିବା ଜୋରିମାନା ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶୁକ୍ରବାର ହାଇକୋର୍ଟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ଏପରି ନିର୍ଦେଶ ବେଆଇନ ଓ ଅଯୌକ୍ତିକ। ୨୦୧୬ରେ ସଂସଦ ଆକ୍ରମଣକାରୀ ଅଫଜଲ ଗୁରୁର ଫାଶୀକୁ ବିରୋଧ କରି ଜେଏନୟୁ ପରିସରରେ କହ୍ନେୟାଙ୍କ ନେତୃତ୍ୱରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା। ଏପରି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ବିଶ୍ୱବିଦ୍ୟାଳୟ ଆପିଲେଟ କର୍ତ୍ତୃପକ୍ଷ କହ୍ନେୟାଙ୍କ ଉପରେ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଘୋଷଣା କରିଥିଲେ। କହ୍ନେୟା ଏହି ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ।

Leave A Reply