ଟ୍ରକ୍ ଓଲଟି ହେଲପର ମୃତ, ଚାଳକ ଆହତ

ଯୋଡା: ଗୁରୁବାର ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ବିଜୁପଟ୍ଟନାୟକ ଏକ୍ସପ୍ରେସ୍ ହାଇୱେ – ୨ ର ରଣାଶାଳ ଘାଟି ବାମେବାରୀ ରାସ୍ତା ଅନ୍ତର୍ଗତ ଡି.ବି.ସିଂହ ଛକରୁ ଅନିତି ଦୂରରେ ଓଆର-୦୯ଏ-୪୧୪୯ ନମ୍ବର ଏକ ବାରଚକିଆ ଭାରୀଯାନ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଏହି ଆକସ୍ମିକ ଦୁର୍ଘଟଣାରେ ଘଟଣା ସ୍ଥଳରେ ଟ୍ରକର ହେଲପର ପିଙ୍କୁ ନାଏକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସମୟରେ ଚାଳକ ଧରଣୀଧର ନାଏକ ଗୁରୁତର ରୂପେ ଆହତ ହୋଇଥିବାର ଖବର ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଚାଳକଙ୍କୁ ସ୍ଥାନୀୟ ଟାଟାଷ୍ଟିଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନାରୁ ପ୍ରକାଶ। ଦୁର୍ଘଟଣାଗ୍ରସ୍ଥ ଟ୍ରକ୍ ଲୁହାପଥର ବୋଝେଇ ନିମନ୍ତେ ଟାଟାଷ୍ଟିଲ ଖଣ୍ଡବନ୍ଧ ଖଣି ଅଭିମୁଖେ ଯାଉଥିବା ଅବସରରେ ଏଭଳି ଦୁର୍ଘଟଣା ସଂଗଠିତ ହୋଇଥିବାର ଖବର ମିଳିଛି। ତେବେ ମୃତ ହେଲପର ଓ ଚାଳକ ଦାଦା ଓ ବଡବାପା ପୁଅ ଭାଇ ବୋଲି ଖବର ମିଳିଥିବା ସମୟରେ ଏ ହୁହିଁଙ୍କର ଘର ମୟୂରଭଞ୍ଜ ଜିଲା ଅନ୍ତର୍ଗତ କେରକେରା ଗ୍ରାମରେ ବୋଲି ସୂଚନା ମିଳିଛି। ପରେ ପୁଲିସ କ୍ରେନ୍ ମାଧ୍ୟମରେ ଟ୍ରକ୍ଟିକୁ ଉଦ୍ଧାର କରି ଜବତ କରିଥିବାର ଖବର ମିଳିଛି।

Comments are closed.