ହାବିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦୁଝର : କେନ୍ଦୁଝର ପାଟଣାସ୍ଥିତ ଜଣେ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଥିବା ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର କେନ୍ଦୁଝର ଘର, ପାଟଣାସ୍ଥିତ ପୈତୃକ ଘର ,ରେଙ୍ଗାଳବେଡ଼ାସ୍ଥିତ ଶ୍ୱଶୁରଙ୍କ ଘର ମୋଟ ୩ଟି ସ୍ଥାନରେ ଚଢାଉ ହୋଇଥିବା ଜଣାପଡ଼ିଛି। ହାବିଲଦାର ବିଶ୍ୱନାଥଙ୍କ ପତ୍ନୀ ମଧ୍ୟ ଜଣେ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.